ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରାଦିନ ଆରମ୍ଭ ରୁ ରାଇବୋଲ ଗ୍ରାମରେ ଦେଖାଦେଲାଣି ପିଇବା ପାଣି ର ସମସ୍ୟା 

ଖରାଦିନ ଆରମ୍ଭ ରୁ ରାଇବୋଲ ଗ୍ରାମରେ ଦେଖାଦେଲାଣି ପିଇବା ପାଣି ର ସମସ୍ୟା 

 କାମାକ୍ଷାନଗର (ମନିସ )10/2/25 // ଗାଁ ରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ରହିଛି ପାଣିଟାଙ୍କି l କିନ୍ତୁ ଅପରେଟର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପିଇବା ପାଣି ଟୋପାଏ ପାଉନାହାନ୍ତି କଙ୍କଡାହାଡ଼ ବ୍ଲକ ରାଇବୋଲ ଗ୍ରାମବାସୀ l ଖରାଦିନ ଆରମ୍ଭ ରୁ ଗାଁ ଲୋକେ ଭୋଗିଲେଣି ଜଳକଷ୍ଟ l ଯାହାକୁ ନେଇ ଗରା, ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟ ଘେରିବା ସହ ସରପଞ୍ଚ ଙ୍କୁ ଦାବି ଜଣାଇଲେ ମହିଳା l ସୂଚନା ଅନୁସାରେ ରାଇବୋଲ ଗ୍ରାମ ରେ ସରକାର ଙ୍କ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପାଣିଟାଙ୍କି ନିର୍ମାଣ ସହ ସାହି, ସାହି ରେ ଟ୍ୟାପ ଲଗାଯାଇଛି l କିନ୍ତୁ ପାଣି ଯୋଗାଇବା କାର୍ଯ୍ୟ ରେ ନିୟୋଜିତ ଅପରେଟର ଠିକ ସମୟରେ ପାଣି ଯୋଗାଉ ନାହାନ୍ତି l କେତେବେଳେ ସକାଳୁ ଘଣ୍ଟାଏ ପାଣି ଚଲାଇ ବନ୍ଦ କରି ଦେଉଛନ୍ତି ତ ଅନ୍ୟ ସମୟରେ ଦିନ ଦିନ ଧରି ଲୋକ ମାନେ ପାଣି ଟୋପାଏ ପାଉନାହାନ୍ତି l ତେଣୁ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ଗରା, ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ରେ ବସିବା ସହ ସରପଞ୍ଚ ଙ୍କୁ ତୁରନ୍ତ ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି l ତେବେ କିପରି ଲୋକମାନେ ସୁବିଧା ରେ ପାଣି ପାଇପାରିବେ ସେ ନେଇ ଶୀଘ୍ର ବ୍ୟବସ୍ଥା କରାଯିବାକୁ ସରପଞ୍ଚ ଶାନ୍ତନୁ ସାହୁ କହିଛନ୍ତି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାନସିକ ରୋଗୀ ସୁସ୍ଥ ହୋଇ ଘର ଫେରିଲେ

Sunil Chandra Nayak

ନିଟ୍ ୟୁଜି ପ୍ରଶ୍ନ ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ , କଳାହାଣ୍ଡି ଯୁବ-ଛାତ୍ର ବିଜେଡିର ବିକ୍ଷୋଭ 

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

Leave a Comment

error: Content is protected !!