ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

ଭାରତୀୟ ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ 

ଢେଙ୍କାନାଳ (ମନିସ )9/2/25 // ଢେଙ୍କାନାଳ ସହର ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଭାରତୀୟ ମଜଦୂର ସଂଘ ର ଜିଲ୍ଲା ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇ ଅଛି। ଉକ୍ତ ଅଧିବେଶନ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଢେଙ୍କାନାଳ ଜିଲ୍ଲା ମାନନୀୟ ସଂଘ ଚାଳକ ଶ୍ରୀ ଅଶୋକ କୁମାର ଭଞ୍ଜ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଦ୍ଵୀପ ପ୍ରଜ୍ୟୋଳନ କରି ପ୍ରାରମ୍ଭରେ ମାର୍ଗଦର୍ଶନ ଦେଇଥିଲେ, ସଂଘର ବାର୍ଷିକ ଉପଲକ୍ଷେ ସଂଘର ପ୍ରଗତି ସମ୍ବନ୍ଧରେ ଆଲୋକପାତ କରିବା ସହିତ ରାଜ୍ୟ ଶ୍ରମିକ ନେତା ତଥା ଜିଲ୍ଲା ପ୍ରଭାରୀ ଶ୍ରୀନିବାସ ଖୁଣ୍ଟିଆ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ‘ ରାଷ୍ଟ୍ର ସର୍ବୋପରି ‘ ତେଣୁ ଆମ୍ଭେ ରାଷ୍ଟ୍ର କାମ କରିବା ସହିତ ଶ୍ରମିକର ହିତ ସମ୍ବନ୍ଧରେ ଆଲୋଚନା କରି ଭାରତିୟ ମଜଦୂର ର ଚଳିତ ବର୍ଷ ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ନଗର ପାଳ ସୁନିଲ କୁମାର ଶର୍ମା, ବିଜେପି ସଭାନେତ୍ରୀ ଇତିଶ୍ରୀ ସାହୁ, ବିଜେପି ନେତା ଶ୍ରୀଯୁକ୍ତ ସୁଧାକର ସାହୁ ପ୍ରମୁଖ ଯୋଗଦାନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କଳ କାରଖାନା, ଅଙ୍ଗନବାଡ଼ି, ଆଶାକର୍ମୀ, ସଫେଇ କର୍ମଚାରୀ, ନିର୍ମାଣ ଶ୍ରମିକ ସମସ୍ତେ ପ୍ରାୟ ୨୫୦ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆଜି ସଂଘ ରେ ପୁରୁଣା ସଂଘ କୁ ବଦ୍ ବ।ଦ୍ ଦିଆ ଯାଇ ନୂତନ ଭାବେ ଏକ କମିଟି ତିଆରି କରାଗଲା । ସଭାପତି ଭାବେ ଅନିଲ କୁମାର ଭୂତିଆ, ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ସାହୁ ଙ୍କ ସମେତ ସଭ୍ୟମାନଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରି ଜିଲ୍ଲା ପ୍ରଭାରୀ ଏହାକୁ ଘୋଷଣା କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

20 ହଜାର ଦିଅ ଆବାସ ଯୋଜନାରେ ଘର ନିଅ, ଖୋଲା ଖୋଲି ଭାବରେ ସରପଞ୍ଚ ମାଗୁଛନ୍ତି ଟଙ୍କା !

Sunil Chandra Nayak

Self-Defense Training Program Organized by Shaktishree of Sanatan Harichandan College.

Sunil Chandra Nayak

ବିଶ୍ଵ ଜଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!