ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ନଦୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

ଡାବୁଗାଁ, ୧୦/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମ ନିକଟ ନଦୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ନେଇ ସୋମବାର ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମ ନିକଟ କଷାମୁଣ୍ଡା ନାଳରେ ଝରିଗୁଡା ଗ୍ରାମର ମାଧବ ଭତ୍ରା (୭୦) ରବିବାର ସନ୍ଧ୍ୟାରେ ଉକ୍ତ ନଦୀ ପାଖରେ ଶୌଚ ହୋଇ ଗାଧୋଇବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା | ଗୋଡ ଖସି ଯିବାରୁ ମାଧବ ପାଣିରେ ବୁଡି ଯାଇଥିଲେ | ରାତ୍ରି ହେବାରୁ ମାଧବ ଘରକୁ ଆସିନଥିବା ଦେଖି ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ | ସୋମବାର ସକାଳୁ ନଦୀ ପାଖକୁ ଆସି ଦେଖିଥିଲେ ଯେ ମାଧବ ଙ୍କ ମୃତ ଦେହ ପାଣିରେ ଭାସୁଛି | ଏହାପରେ ମୃତକ ପୁଅ ଧନୁର ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଳକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଲୋକ ଙ୍କ ଦ୍ଵାରା ପାଣିରୁ ଶବକୁ ଉଦ୍ଧାର କରି ପାଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରଯାଇଥିଲା | ଏନେଇ ଥାନା କେସ ନଂ ୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସମାଜସେବୀ ତଥା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା 

Sunil Chandra Nayak

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି

masiha

ମହାନତା ଦେଖାଇଲେ ଟ୍ରାକ୍ଟର ମାଲିକ ନିଜ ଗାଡ଼ି ଯୋଗେ ଶ୍ମଶାନରେ ପହଞ୍ଚାଉଛନ୍ତି କାଠ 

masiha

Leave a Comment

error: Content is protected !!