ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନଗିରି ଧନୁଯାତ୍ରା ମହୋତ୍ସବ : କଂସ ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଚି ମଞ୍ଚ 

 ମ ରାମପୁର,୨୮/୧( ମସୀହା):- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଠାରେ ମା” ବାକ ଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ଓଁ ଶ୍ରୀ ପୂଜା କମିଟି ତଥା ଆଞ୍ଚଳିକ ବିକାଶ ଧାରା ଟ୍ରଷ୍ଟ ଦ୍ଵାରା ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି । ପ୍ରଥମ ଦିବସ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ତଥା କବି ହେମନ୍ତ ସାହୁ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ,ବିଡିଓ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ , ଡ଼ାକ୍ତର ସ୍ମୃତି ରଞ୍ଜନ ପରିମାଣିକ ପ୍ରମୁଖ ଯୋଗ ଦେଇଥିଲେ l ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେରେ ମଦନପୁର ରାମପୁର ର ରାଜା ପାରିବ ସଦସ୍ୟ ଯୁବନେତା ନିଲ ମାଧବ ସିଂହଦେଓ, ଓ.ଏଫ୍.ସ୍ ନୀଳମାଧବ ପାତ୍ର, ଫରେଷ୍ଟର ଯଶୋବନ୍ତ ପାତ୍ର, ସିଂହପୁର ସରପଞ୍ଚ ଉଛଵ ପଧାନ, ଟୁକୁ ଧରୁଆ ଏବଂ ଅଞ୍ଚଳର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ସମାଜସେବୀ ଶୁକଦେବ ସାହୁ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ଦିବାକର ସାହୁ ପ୍ରମୁଖଙ୍କ ସମେତ ଅନେକ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ପ୍ରତିଦିନ ସନ୍ଧ୍ୟାରେ କଂସ ଦରବାର ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି l ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ରେ ଦିନ କୁ ଦିନ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

Sunil Chandra Nayak

ମାଟିଘର ସାହିତ୍ୟ ଚର୍ଚ୍ଚା

ଭାପୁର ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା, ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର 

Leave a Comment

error: Content is protected !!