ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରେ ଘରେ ପୃଷ୍ଟି” ପ୍ରୟାସ

ମ.ରାମପୁର:୨୮/୦୧ (ମସୀହା) ଅପପୃଷ୍ଟି ଓ କୁପୋଷଣ କୁ ରୋକିବା ନେଇ ରାଜ୍ୟ ସରକାର ଏକ ନୃତନ ଯୋଜନା ପ୍ରଣୟନ କରିଛନ୍ତି। ଯାହାକୁ ନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ନିର୍ଦ୍ଧେଶ ଅନୁଯାୟୀ ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟ ବିଭିନ୍ନ ବ୍ଲକ ରେ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ରେ ମଧ୍ୟ ଉଦ୍ୟାନ ବିଭାଗ ତରଫରୁ ଅପପୃଷ୍ଟି ର ସମାଧାନ ପାଇଁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ଫଳଚାରା ସଜନା, ଅମୃତଭଣ୍ଡା, କଦଳୀ, ଲେମ୍ବୁ ଓ ବିଭିନ୍ନ ପନିପରିବା ବିହନ କିଟ୍ସ ମାଗଣା ରେ ଯୋଗେଇ ଦିଆଯାଇଛି l ଏଥିରେ ମ. ରାମପୁର ଉଦ୍ୟାନ ବିଭାଗ ର ସହକାରୀ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ନାଗ , ଉଦ୍ୟାନ ଅଧିଦର୍ଶକ କୁମରମଣି ନାଗ ପ୍ରମୁଖ ଯୋଗ ଦେଇଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପୁଇନ୍ତଲା ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ 

Sunil Chandra Nayak

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

masiha

Leave a Comment

error: Content is protected !!