ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ : ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ :

ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

ଢେଙ୍କାନାଳ: ତା.୧୪.୦୯.୨୦୨୫ ରିଖ ( ): ନିକଟରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସ୍ଥାନୀୟ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବାର୍ଷିକ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଢେଙ୍କାନାଳ ପୌରାଞ୍ଚଳ ଏବଂ ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଯଥା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ସେଣ୍ଟ ଜାଭିୟର୍ସ ହାଇସ୍କୁଲ,ମଣ୍ଟଫର୍ଟ ସ୍କୁଲ,ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍,ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ,କେନ୍ଦ୍ରୀୟ ବିଦ୍ୟାଳୟ,ସୁଲକ୍ଷଣାଦେବୀ ବାଳିକା ଉଚ୍ଚବିଦ୍ୟାଳୟ,ଜର୍ଜ ଉପ୍ରା ବିଦ୍ୟାଳୟ,ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ସୌଦାମିନୀ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ,ଗୋପାଳସାଗର ୟୁ.ପି.ସ୍କୁଲ,ଲକ୍ଷ୍ମୀଧର ମ୍ୟୁନିସିପାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ,ସରକାରୀ ଉପ୍ରା ବିଦ୍ୟାଳୟ,ମୁକ୍ତାଦେଇପୁର ଏବଂ ସଦର ବ୍ଳକର କଙ୍କଡ଼ାହାଡ଼ ଉଚ୍ଚ ବିଦ୍ୟାଳୟ,ସିମିଳିଆ ପ୍ରାଥମିକ ବିଦ୍ୟାଳୟ,ଗେଙ୍ଗୁଟିଆ ଉଚ୍ଚ ବିଦ୍ୟାଳୟ,ଶ୍ରୀବଳରାମ ଉଚ୍ଚ ବିଦ୍ୟାଳୟ,ରୟାଲ ଇଂଟରନ୍ୟାସନାଲ୍ ସ୍କୁଲ୍ ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଳମାଳୀପ୍ରସାଦ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଭଗବାନପୁର,କାଇମାଟି ଉପ୍ରା ସ୍କୁଲ,ମଧୂସୂଦନ ଆବାସିକ ଉଚ୍ଚବିଦ୍ୟାଳୟ,ଜୁବୁଲି ଟାଉନ ଉ.ପ୍ରା.ସ୍କୁଲ,ଓଡିଶା ଆଦର୍ଶ ବିଦ୍ୟାଳୟ,ତରଭା ଉଚ୍ଚ ବିଦ୍ୟାଳୟ,ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର,ମାତୃଭବନ ବାରଦା ଆଦି ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଚିତ୍ରାଙ୍କନରେ ୨୫୩,ଓଡ଼ିଆ ହସ୍ତାକ୍ଷରରେ ୨୧୦,ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧରେ ୧୦୬ ଏପରି ମୋଟ୍ ୫୬୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଚିତ୍ରାଙ୍କନରେ ସେଣ୍ଟ ଜାଭିୟର୍ସ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଇନ୍ଦ୍ରଭାନ ତ୍ରିପାଠୀ ପ୍ରଥମ,ଆର୍ଯ୍ୟନରାଜ ରାଉତ ଦ୍ବିତୀୟ ଏବଂ ମଣ୍ଟଫର୍ଟ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ଶ୍ରୀକାନ୍ତ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଓଡିଆ ହସ୍ତାକ୍ଷର ପ୍ରତିଯୋଗିତାରେ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ସ୍ୱୟଂଶ୍ରୀ ବିଶ୍ଵାଳ ପ୍ରଥମ,ଦିଲ୍ଲୀ ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଆଦ୍ୟାଶା ମହାନ୍ତି ଦ୍ବିତୀୟ,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଅର୍ପିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷାରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶ୍ରୁତିସୁଧା ପ୍ରିୟଦର୍ଶନୀ ପ୍ରଥମ,ଶତାୟୁ, ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସାଗରିକା ସ୍ବାଇଁ ଦ୍ଵିତୀୟ ଏବଂ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ସାମଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜରଞ୍ଜନ ଦଳେଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ପରୀକ୍ଷାରେ ବିଚାରକ ଭାବେ ଇ-ଟେକ୍ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ.ପ୍ରମୋଦ କୁମାର ଦାଶ,ବେଲଟିକିରି କଲେଜ୍ ର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରେଶ ମିଶ୍ର,’ସମ୍ବାଦ ସାହିତ୍ୟଘର’ ସଭାପତି ଆର୍ଯ୍ୟରତ୍ନ ଚକ୍ରଧର ସାହୁ, ଅବସରପ୍ରାପ୍ତ କଳା ଶିକ୍ଷକ ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ,କାକୁତିଭାଗ ୟୁପି ସ୍କୁଲ୍ କଳା ଶିକ୍ଷକ ସୌରଭ ରାୟ,ବନମାଳୀ ପ୍ରସାଦ ୟୁପି ସ୍କୁଲର ଶିକ୍ଷୟିତ୍ରୀ ସୁଲଗ୍ନା ମହାପାତ୍ର,ଦିଲ୍ଲୀ ପବ୍ଲିକ ସ୍କୁଲ କଳା ଶିକ୍ଷକ ମନୋଜ କୁମାର ପରିତା,ବାଜିରାଉତ କଲେଜର ଅଧ୍ୟାପକ ବିକାଶ ପ୍ରଧାନ, ଅବସରପ୍ରାପ୍ତ ସରକାରୀ ଅଧିକାରୀ ତଥା ‘ସମ୍ବାଦ ସାହିତ୍ୟଘର’ ଉପସଭାପତି ରାଧାନାଥ ରଥ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଉତ୍ତରପତ୍ରଗୁଡିକର ମୂଲ୍ୟାୟନ କରିଥିଲେ। ‘ସମ୍ବାଦ” ଜିଲ୍ଲା ପ୍ରତିନିଧି ପ୍ରସନ୍ନ କୁମାର ପଟ୍ଟନାୟକ,କନକ ନ୍ୟୁଜ୍ ପ୍ରତିନିଧି ଅମ୍ବିକା ପ୍ରସାଦ ପଟ୍ଟନାୟକ,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ସମ୍ବାଦ ସାହିତ୍ୟଘର’ ସଦସ୍ୟ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର,ପ୍ରାକ୍ତନ ଛାତ୍ର ଡ଼ା.ଅନୁପମ ଦେବାଶିଷ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ମଧୁସୂଦନ ଆବାସିକ ଉଚ୍ଚବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର କୁମାର ରାଉତ,‘ସମ୍ବାଦ’ ପରିବାରର ସ୍ଵର୍ଣ୍ଣପ୍ରଭା ସେଠୀ,ନାରାୟଣ ପଟ୍ଟନାୟକ,ପଣ୍ଡୁଆ ପ୍ରତିନିଧି ଦୋଳଗୋବିନ୍ଦ ଜେନା,ସାମ୍ବାଦିକ ଲକ୍ଷ୍ମୀରାୟଣ ତ୍ରିପାଠୀ ଓ ପ୍ରଶାନ୍ତ ତ୍ରିପାଠୀ,ସନ୍ୟାସୀ ପରିଡା ଏବଂ ବିଦ୍ୟାଳୟର କର୍ମଚାରୀ ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡ଼ନାୟକ,ସନ୍ତୋଷ ଳେନା ଓ ନରହରି ଗୋଚ୍ଛାୟତ ପ୍ରମୁଖ ସହଯୋଗ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

masiha

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

Sunil Chandra Nayak

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

masiha

Leave a Comment

error: Content is protected !!