ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକାନନ୍ଦ ବିଦ୍ୟାମନ୍ଦିର, ସେକ୍ଟର-୧୮ର ବାର୍ଷିକ ଉତ୍ସବ ଆୟୋଜିତ

ବିବେକାନନ୍ଦ ବିଦ୍ୟାମନ୍ଦିର, ସେକ୍ଟର-୧୮ର ବାର୍ଷିକ ଉତ୍ସବ ଆୟୋଜିତ

ରାଉରକେଲା: ସେକ୍ଟର-୧୮ଠାରେ ଥିବା ବିବେକାନନ୍ଦ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିବେକାନନ୍ଦ ଶୈକ୍ଷିକ ସମିତି ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ଯୋଗଦେଇଥିବା ଅତିଥିମାନେ ସ୍ୱାମୀ ବିବେକାନନ୍ଦଙ୍କ ନାମାନୁସାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଛାତ୍ରଛାତ୍ରଛାତ୍ରୀମାନେ ସ୍ୱାମୀଜୀଙ୍କ ଆଦର୍ଶ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ସମିତିର ସଭାପତି ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଡାକ ବିଭାଗ ଅଧିକାରୀ ଅନିରୁଦ୍ଧ ବିଶ୍ୱାଳ ଯୋଗଦେଇଥିଲେ। ଶ୍ରୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ସ୍ୱାମୀଜୀଙ୍କ ଦ୍ୱାରା ପ୍ରଚାରିତ ଏକାଗ୍ରତା ଓ ନିଷ୍ଠାର ବାର୍ତ୍ତାକୁ ଛାତ୍ରଛାତ୍ରୀମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ଏଥିରେ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କାବେରୀ ଚୌଧୁରୀ,ସମାଜସେବୀ କୈଳାଶ ତନ୍ତୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ନୃତ୍ୟ ଗୁରୁ ତପସ୍ୱିନୀ ପତିଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଦ୍ୟାମନ୍ଦିରର ଶିକ୍ଷୟିତ୍ରୀ ସବିତାରାଣୀ ବିଶ୍ୱାଳ ଓ ସ୍ୱର୍ଣ୍ଣଲତା ସ୍ୱାଇଁଙ୍କ ସମେତ ସରକାରୀ ଉଚ୍ଚ ବିଦ୍ୟାଳୟର ରାଜେଶ ମିଶ୍ର ଏବଂ ଅନ୍ୟ କର୍ମଚାରୀ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ , ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ ନାମ ଭର୍ତି ପାଇଁ ଲକ୍ଷ୍ୟ

ନେହେରୁ ଯୁବ କେନ୍ଦ୍ର ମାଇ ଭାରତ କଳାହାଣ୍ଡି ପକ୍ଷରୁ ଯୁବ ଉତ୍ସବ ପାଳିତ 

masiha

ରାବଣ ଦହନ ଓ ବିଜୟାଦଶମୀ ସେକ୍ଟର-୧୩ ମେଳନ ପଡ଼ିଆରେ : ଶ୍ରୀ ଦଶହରା ପୂଜା ସମିତି ପକ୍ଷରୁ ସୂଚନା ରାବଣ ଦହନ ସହିତ ଆତସବାଜି ଏବଂ ଡିଜିଟାଲ ଆଲୋକ ହେବ ଆକର୍ଷଣର କେନ୍ଦ୍ରବିନ୍ଦୁ

Sunil Chandra Nayak

Leave a Comment

error: Content is protected !!