ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଙ୍କ “ଆସ ସ୍କୁଲ୍ ଯିବା” କାର୍ଯ୍ୟକ୍ରମ ସମୀକ୍ଷା 

ଧରାକୋଟ ରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଙ୍କ “ଆସ ସ୍କୁଲ୍ ଯିବା” କାର୍ଯ୍ୟକ୍ରମ ସମୀକ୍ଷା 

ଆସିକା, ୧୪/୯/୨୫ — ରାଜ୍ୟରେ ୬ ବର୍ଷ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଚିହ୍ନଟ କରିବା ଓ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଈଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପ୍ରତି ରାଜ୍ୟ ସରକାରଙ୍କ ତରଫରୁ ସମ୍ପାଦିତ ହୋଇଅଛି। ଏହି ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିାକାରୀ ଏସ ଧନଞ୍ଜୟ ଉପସ୍ଥିତ ରହି ଏହାର ସମୀକ୍ଷା କରିଛନ୍ତି। ସର୍ଭେ କାର୍ଯ୍ୟକୁ ନେଇ ସେ ସନ୍ତୋଷବ୍ୟକ୍ତ କରିବା ସହ ଯେପରି ପ୍ରତ୍ୟେକ ପିଲା ବିଦ୍ୟାଳୟ ଅଭିମୁଖି ହେବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଗୋଷ୍ଠୀ ଶିକ୍ଷାଧିକରୀ ଅଭିମନ୍ୟୁ ସାହୁ,ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ସୌରୀ ଶଙ୍କର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ପାତ୍ର,ସମସ୍ତ ସି. ଆର.ସି. ସି, ଓ କାର୍ଯ୍ୟାଳୟ ର କର୍ମଚାରୀ ଯୋଗ ଦେଇଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ସାଇବର ଠକେଇ ବିରୋଧରେ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ଡିଜିରକ୍ଷା” ଅଭିଯାନ ଆରମ୍ଭ

masiha

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ୍

Sunil Chandra Nayak

ଚଚରାଗୁଡା ପଞ୍ଚାୟତ ବିଜେଡ଼ି ଯୁବ ସଭାପତି ଙ୍କ ବିୟୋଗ 

masiha

Leave a Comment

error: Content is protected !!