ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ରାୟଗଡା /ଥେରୁବାଲି ର ପୁର୍ବାକାଶ ରେ ସିନ୍ଦୁରା ନ। ଫାଟୁଣୁ ଇମ୍ଫାର ମଧୁସୂଦନ ନଗର କ୍ଳବ୍ ପରିସରରେ ସବୁଜ ଘାସର ଗାଲିଚାରେ ଇମ୍ଫାର ଉପ ସଭାପତି ଓ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମାନ ଆଶିଷ କୁମାର ରାୟଙ୍କ ପ୍ରଶିକ୍ଷଣ ରେ ଆନ୍ତର୍ଜାତୀୟ ଯୋଗ ଦିବସ ବହୁ ଉତ୍ସାହ ଓ ଉଦ୍ଦୀପନର ସହ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଇମ୍ଫା ପରିବାର ଯୋଗପ୍ରେମୀ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଦୀର୍ଘଦିନ ଧରି ପ୍ରତିଦିନ ସକାଳେ ଇମ୍ଫାର ଯୋଗ ପ୍ରେମୀ ମାନଙ୍କ ପାଇଁ ଯୋଗ ପ୍ରଶିକ୍ଷକ ଶ୍ରୀମାନ ଆଶିଷ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଯୋଗସାଧନା କରାଯାଇଥାଏ। ଯୋଗ ମନୁଷ୍ୟକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହାୟତା କରିଥାଏ । ବିଦେଶ ରେ ଲୋକମାନେ ଭାରତୀୟ ଯୋଗ ଦର୍ଶନ କୁ ଗ୍ରହଣ କରି ସେମାନଙ୍କ ଦେଶରେ ଯୋଗ ଶିକ୍ଷା କରୁଛନ୍ତି ଓ ଯୋଗ ଶିକ୍ଷା କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ୱଗୁରୁ ଭାବେ ଉଭା ହୋଇଛି। ଏଣୁ ପ୍ରତ୍ୟେକ ମନୁଷ୍ୟ ପ୍ରତିଦିନ ଯୋଗ କରିବାକୁ ସେ ପରାମର୍ଶ ଦେବା ସହ ଯୋଗ କୁ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରି ପାରିଲେ ମନ୍ ଓ ପରିବେଶ ଶାନ୍ତ ରହିବ ଓ ଉନ୍ନତି ର ମାର୍ଗ ଉନ୍ମୁକ୍ତ ହେବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ଅଧିକାରୀ ଓ ତାଙ୍କର ପରିବାର ବର୍ଗ ଯୋଗ ଦେଇ ଏଭଳି ଏକ ଆୟୋଜନ ପାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

masiha

ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!