ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଚିଲା ଠାରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ) ଉଦଘାଟିତ

ଉପକୃତ ହେବେ ବ୍ରାହ୍ମଣ ଛେଣ୍ଡିଆ ର ଶତାଧିକ ଚାଷୀ 

ଧର୍ମଗଡ:୨୮/୧/୨୩: ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ଚିଲିଚିଲା ଠାରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି ଉଦଘାଟିତ ହୋଇ ଯାଇଛି । ସାଧାରଣତନ୍ତ୍ର ଦିବସ ଅବସର ରେ ଅଞ୍ଚଳ ର ଶତାଧିକ ଚାଷୀ ଙ୍କ ଉପସ୍ଥିତି ରେ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୁଷଣ ଏହାର ଉଦ୍ଘାଟନ କରିବା ସହ ଏଠାରେ ଜାତୀୟ ପତାକା ଉତ୍ତୋଳନ କରି ଥିଲେ ।

       ପୂର୍ବତନ ସରପଂଚ ଦାମୋଦର ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା,ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି,ସହକାରୀ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ, ସବ ରେଜିଷ୍ଟର ଅଜିତ ଶବର, ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାଏକ, ସମିତି ସଭ୍ୟା ଇନ୍ଦୁମତୀ ମାଝୀ, ଏସିଆର ବିଶ୍ଵାମିତ୍ର ସିଂ,ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଦିନ ଧରି ବ୍ରାହ୍ମଣ ଛେଣ୍ଡିଆ ପଞ୍ଚାୟତ ରେ ଗୋଟିଏ ପେକ୍ସ ଖୋଲିବା ପାଇଁ ଚାଷୀ ମହଲ ରେ ଦାବୀ ହେଉଥିଲା । ଏହା ଉଦ୍ଘାଟନ ହେବା ଦ୍ଵାରା ଚାଷୀ ମହଲ ରେ ଖୁସି ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ ଯେ ଏଥି ପୂର୍ବ ରୁ ଏହି ପଞ୍ଚାୟତ ଅନ୍ତର୍ଗତ ଥନଟ ଗ୍ରାମ ର ଚାଷୀ ମାନେ ଧର୍ମଗଡ ପେକ୍ସ ଅଧିନ ରେ ଧାନ ବିକ୍ରୀ କରୁ ଥିବା ବେଳେ ମେରଘରା ଗ୍ରାମ ର ଚାଷୀ ଖଇର ପଦର ମଣ୍ଡି ରେ ଧାନ ବିକ୍ରୀ କରୁଛନ୍ତି । ନୂତନ ପେକ୍ସ ଗଠନ ହେବା ଦ୍ବାରା ପୁରା ପଞ୍ଚାୟତ ର ୩୩୦ ରୁ ଉର୍ଦ୍ଧ ଚାଷୀ ସେବା ସମବାୟ ସମିତି ର ବିଭିନ୍ନ ଚାଷ ସମ୍ପର୍କିତ ସେବା ନିକଟ ରେ ପାଈ ଉପକୃତ ହେବେ । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

ରବି ମଣ୍ଡି ବନ୍ଦ: ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

Leave a Comment

error: Content is protected !!