ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ ପରୀକ୍ଷା ରେ ଖାତିଗୁଡା ର ଅନନ୍ତ ସଫଳତା ପାଇଛନ୍ତି 

ତେନ୍ତୁଳିଖୁଣ୍ଟି ୧୫/୦୬/୨୩  //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ରହୁଥିବା ଅନନ୍ତ କୁମାର ନିଟ ପରୀକ୍ଷା ରେ 720 ରୁ 672 ନମ୍ବର ରଖିଛନ୍ତି । ସେ ତୃତୀୟ ପ୍ରୟାସ ରେ ଏହି ସଫଳତା ପାଇଥିବା ଜଣା ପଡ଼ିଛି। ତାଙ୍କ ମା ଏକ ଛୋଟିଆ ଦୋକାନ କରିଥିବା ରୁ ପୁଅ କୁ କୌଣସି ନାମୀ ଦାମୀ କୋଚିଂ ସେଣ୍ଟର ରେ ଛାଡି ନିଟ ପ୍ରସ୍ତୁତି କରାଇ ପାରି ନଥିଲେ। ତଥାପି ପୁଅ ର ଲକ୍ଷ୍ୟ ଭବିଷ୍ୟତ ରେ ଡାକ୍ତର ହେବା ଓ ତାର ଅଧ୍ୟବସାୟ ଯୋଗୁଁ ସ୍ୱଳ୍ପ ଆୟ ରେ ମଧ୍ୟ ପୁଅ କୁ ଅନ ଲାଇନ କୋଚିଂ ପାଇଁ ପାରୁପର୍ଯ୍ୟନ୍ତ ଆର୍ଥିକ ସହଯୋଗ କରିଥିଲେ। ଗତ ବର୍ଷ ଭଲ ନମ୍ବର ନଥିବାରୁ କାଉଁସଲିଙ୍ଗ ରେ ଡାକ୍ତରୀ ମିଳି ନଥିଲା ,ଡେଣ୍ଟ। ଲ ମିଳିବା ସମ୍ଭାବନା ଥିବାରୁ ତୃତୀୟ ଥର ପ୍ରୟାସ କରିଥିଲେ ଅନନ୍ତ। ସେ ସରସ୍ୱତୀ ଶିଶୁ ମନ୍ଦିର ରେ ମାଟ୍ରିକ ପଢୁଥିଲେ। ତାଙ୍କ ସଫଳତା ରେ ଅଞ୍ଚଳ ବାସୀ ଖୁସି ଥିବା ସହ ଅଭିନନ୍ଦନ ର ସୁଅ ଛୁଟୁଛି ତାଙ୍କ ଘରକୁ ଓ ସାମାଜିକ ଗଣ ମାଧ୍ୟମ ରେ। ଅଧ୍ୟବସାୟ ଓ ଲକ୍ଷ୍ୟ ଏକ ହେଲେ ଅସମ୍ଭବ ମଧ୍ୟ ସାଧିତ ହୋଇ ପାରିବ ବୋଲି ଅନନ୍ତ ର ସଫଳତା ବାର୍ତ୍ତା ଦେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

masiha

ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ଆସନ୍ତା ୨ରେ..

Sunil Chandra Nayak

ବିଧାୟକଙ୍କ ଦ୍ୱାରା ଆଜି ୩ଟି ସ୍ଥାନରେ ରାସ୍ତା କାମର ଶିଳାନ୍ୟାସର ସୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!