ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ସହିତ ସୁବର୍ଣ୍ଣ ଜୟନ୍ତୀ ପାଳିତ

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ସହିତ ସୁବର୍ଣ୍ଣ ଜୟନ୍ତୀ ପାଳିତ

ନର୍ଲା,(ମସିହା) 20/03,//  ନର୍ଲା ବ୍ଳକ ରୁପ୍ରାରୋଡ ରୁ ପଲସାପଡା ଖାଟୁଶ୍ୟାମ ମନ୍ଦିର ପର୍ଯନ୍ତ ଏକ ବିଶାଳ ନିଶାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। 50 ବର୍ଷ ଖାଟୁଶ୍ୟାମ ମନ୍ଦିର ପ୍ରତିଷ୍ଠା ପୁର୍ତି ଓ ସୁବର୍ଣ ଜୟନ୍ତୀ ପାଳନ ଅବସରରେ ରୁପ୍ରାରୋଡ, ନର୍ଲା, କେସିଙ୍ଗା, ଭବାନୀପାଟଣା, ଧର୍ମଗଡ, ଜୁନାଗଡ, ସମ୍ବଲପୁର, ବିଲାସପୁର,କାଟାବାଞି, ଟିଟିଲାଗଡ଼, ବଲାଙ୍ଗୀର, ରାମପୁର, ରାୟପୁର, ତୁଷୁରା ଅଞ୍ଚଳର ଅନେକ ମହିଳା ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଏହି ସୁବର୍ଣ ଜୟନ୍ତୀ ଉପଲକ୍ଷେ ରୁପ୍ରାରୋଡ ଦେବସର ଧାମ ମନ୍ଦିର ପରିସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହା ଢାନ୍ଚୋଳିଆ ପରିବାର ତରଫରୁ ଅନୁଷ୍ଠିତ ହୋଇଥିବା ବେଳେ ପବନ ଶର୍ମା, ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ଶ୍ୟାମସୁନ୍ଦର ଶର୍ମା, ସୁନିଲ ଶର୍ମା, ସୁରେଶ ଶର୍ମା, ଅମିତ ଶର୍ମା, ସୁମିତ ଶର୍ମା, ସନ୍ଦିପ ଶର୍ମା, ଲାଲା ଶର୍ମା, ପ୍ରମୋଦ ଶର୍ମା, ଅଶୋକ କମାନୀ,ରତନ ଅଗ୍ରବାଲ, ଦିନେଷ ଅଗ୍ରବାଲ, ବିଜୟ ଅଗ୍ରବାଲ, ବବଲୁ ଅଗ୍ରବାଲ ,ଅନିଲ ଅଗ୍ରୱାଲ, ଦୀପକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଦୀପକ ଠାକୁର ,ନର୍ଲା

Related posts

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ  ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ବଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ 

masiha

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ପାଳିତ   

Sunil Chandra Nayak

Leave a Comment

error: Content is protected !!