ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ ଯୁଗ୍ମ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଲ ଶୁଣିଲେ ଲୋକଙ୍କ ଅଭିଯୋଗ 

ପାଟଣାଗଡ ଯୁଗ୍ମ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଲ ଶୁଣିଲେ ଲୋକଙ୍କ ଅଭିଯୋଗ 

ପାଟଣାଗଡ଼(o୫/୦୫/)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ହରିଶଙ୍କର ମହୋତ୍ସବ ସମ୍ମିଳନୀ ସଭା ଗୃହ ଠାରେ ଜିଲ୍ଲାପାଲ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସିଲୱର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ସ୍ଥିତ ବହୁ ଜନ ସାଧାରଣ ବିଭିନ୍ନ ସମସ୍ୟା ତଥା ରାସ୍ତା, ପାନୀୟ ଜଳ, ରାସନ୍, ଜଙ୍ଗଲ ଜମି ଅଧିକାର, ବାର୍ଦ୍ଧକ୍ୟ ଭତ୍ତା, ଶ୍ରମିକ କଲ୍ୟାଣ ପାଣ୍ଠିର ସହାୟତା ଆଦି ସମ୍ପର୍କ ଅଭିଯୋଗ ଆଣି ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ।,ଜିଲ୍ଲାପାଳ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଅଭିଯୋଗ ଶୁଣାଣି ଶିବିରରେ ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର,ବି.ଡ଼ି.ଓ ସୁମନ୍ତ ମିଞ୍ଜ,ଏସ.ଡି.ପି.ଓ ସଦାନନ୍ଦ ପୂଝାରୀ,ତହସିଲଦାର ରୁଦ୍ର ମୋହନ ନାଏକ,ଏନ. ଏ.ସି. କାର୍ଯ୍ୟ ନିର୍ବାହି ଅଧିକାରୀ ନାରାୟଣ ଦଣ୍ଡସେନା ,ଙ୍କ ସହ ଜିଲ୍ଲାସ୍ଥିରୟ କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପ୍ରାଣୀ , ସ୍ବାସ୍ଥ୍ୟ , ଜଙ୍ଗଲ ଆଦି ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

Sunil Chandra Nayak

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨,୩୪୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୫୯,୧୧,୦୭୪ ଟଙ୍କା ଆଦାୟ ହୋଇଅଛି

masiha

Leave a Comment

error: Content is protected !!