ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

ରାଉରକେଲା/ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ବାଲିଯୋଡି ଛକ ସ୍ଥିତ ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ମହାନ ଜନନାୟକ ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁ ଶାସ୍ତ୍ରୀ ଙ୍କର ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଡା. ଫକୀର ଚରଣ ହୋତା ଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଆଇଡ଼ିଏଲ କାର୍ମିକ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପିପି ରାୟ, ରାଜ୍ୟକର୍ମଚାରୀ ବୀମା ଯୋଜନାର ପ୍ରାକ୍ତନ ଅଧିକାରୀ ଡା. ଶ୍ରୀମତୀ ବିଷ୍ନୁପ୍ରିୟା ଦେଇ, ସମାଜସେବୀ ବସୁଦେବ ସାମଲ ଅନନ୍ତ ଜେନା,ଯଥାକ୍ରମେ ଉଦ୍ଘାଟକ , ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ନିମନ୍ତ୍ରିତ ଅତିଥି ଓ ବକ୍ତାଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଜୀ ଙ୍କର କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ରାଜନୈତିକ ଚିନ୍ତାଧାରା, ସମାଜସେବା ସର୍ବୋପରି ଅଖଣ୍ଡ ଭାରତ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରି କହିଲେ ଯେ ଆଜିର ଯୁବ ଓ ଛାତ୍ର ସମାଜ ତାଙ୍କରି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର l ଅନ୍ୟ ମାନଙ୍କ ମଧ୍ୟରେ ସନାତନ ସାହୁ, ବିଜୟଲଷ୍ମୀ ମିଶ୍ର, ମୁରଲୀଧର ଦାସ, କବି ଗୌରାଙ୍ଗ ଦାସ, ସୁନିତା ପରିଡା, ଝୁନୁରାଣୀ ସାହୁ. ବାସୁଦେବ ସାହୁ, ଚାନ୍ଦମଣୀ ମାଝୀ, ଅନ୍ତର୍ଯ୍ୟାମୀ ବେଉରା, ରାମଚନ୍ଦ୍ର ସାମଲ, କମଳାକାନ୍ତ ପତି, ସନାତନ ବାରିକ,କୈଳାଶ ଚନ୍ଦ୍ର ମଲ୍ଲିକ,କବିତା ସାମଲ,ଆଇନଜୀବୀ ଗୁରୁଚରଣ ସାହୁ, ସାଧୁ ଚରଣ ମହାନ୍ତ, ସଞ୍ଜୟ ବଳ, କାପ୍ରା ହାଁସଦା, ସୋନୀ ଦୀପ, ଗୁରୁ ଶ୍ରୀଧର ସେଠି, ବାମଦେବ ପଣ୍ଡା, ସସ୍ମିତା ଖୁଣ୍ଟିଆ, ନରେନ୍ଦ୍ର କୁମାର ମଲ୍ଲିକ, ସୁଜାତା ସାହୁ, କାଦମ୍ବିନୀ ଜେନା,ସସଦେବ ସାହୁ, ରାମ ଚନ୍ଦ୍ର ପ୍ରଧାନ ଓ ଅସିତ ଦୁବେ ପ୍ରମୁଖ ଗାନ୍ଧିଜୀ, ଶାସ୍ତ୍ରିଜୀ ଙ୍କ ସମ୍ପର୍କରେ ବିଷଦ ଆଲୋଚନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପାରମ୍ଭରେ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ଟ୍ରଷ୍ଟ ର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା କର୍ମୀ, ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତା, ସମାଜସେବୀ, ଶିକ୍ଷାବିତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ

masiha

ଚନ୍ଦ୍ରଯାନ-୩ କୁ ଧୂମ୍ରଳାରେ ଆଙ୍କି ଚର୍ଚ୍ଚାରେ ଵେତନଟୀର ସମରେନ୍ଦ୍ର

Sunil Chandra Nayak

ପରିତ୍ୟକ୍ତ କୂଅ ରୁ ଅକ୍ଷତ ଅବସ୍ଥାରେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

masiha

Leave a Comment

error: Content is protected !!