ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଅସୁରକ୍ଷିତ

ବଳରାମପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଅସୁରକ୍ଷିତ 

  ମୟୂରଭଞ୍ଜ – ୨/୧୦ ( ମସିହା )ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କହିଲେ ନ ସରେ l ଆଦିବାସୀ ଅଧ୍ୟୁଷିତ ଉକ୍ତ ବିଦ୍ୟାଳୟଟି 1971 ମସିହାରେ ସ୍ଥାପିତ ହୋଇଛି l ବିଦ୍ୟାଳୟରେ ବର୍ତ୍ତମାନ 24 ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ 2 ଜଣ ଶିକ୍ଷକ ରହିଛନ୍ତି l ବିଦ୍ୟାଳୟଟି ଅସୁରକ୍ଷିତ ଥିବା ପରି ମନେ ହୁଏ l ବର୍ଷା ହେଲେ ଛାତ୍ରୁ ପାଣି ଗଳୁଥିବା ଦେଖିବାକୁ ମିଳୁଛି l ଯାହା ଫଳରେ ବର୍ଷାଦିନେ କୋମଳମତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆସିବାକୁ ଅମଙ୍ଗ ହୋଇଥାନ୍ତି l କେବଳ ଏତିକି ନୁହେଁ ବିଦ୍ୟାଳୟ ପରିସରରେ ଥିବା ଦୁଇଟି ଯାକ ନଳକୂଅ ଦୀର୍ଘଦିନ ହେବ ଅଚଳ ଅବସ୍ଥାରେ ରହିଛି, ଫଳରେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହା ବ୍ୟତୀତ ପାଇଖାନାଟି ବ୍ୟବହାର ଅନୁପଯୋଗୀ ହୋଇ ପଡିଛି l ତୁରନ୍ତ ପ୍ରଶାସନ ତରଫରୁ ବିଦ୍ୟାଳୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବାକୁ ଅଭିଭାବକମାନେ ଦାବି କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଇନ୍ଦିରା ଆବାସ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

masiha

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କୁରୁମପୁରୀରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (mDSR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!