ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ 

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ 

ରାଉରକେଲା/ ଦେଶର ଜନକ ମହାତ୍ମା ଗାନ୍ଧୀଜୀ ଙ୍କ ଜନ୍ମ ତିଥିରେ ବିଜେପି ତରଫରୁ ସମଗ୍ର ଦେଶରେ ତାଙ୍କ ପ୍ରତିମୂର୍ତ୍ତରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ସେହିପରି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ସ୍ଥିତ ସେକ୍ଟର -୧୮, ଗାନ୍ଧୀ ପାର୍କ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ବିଜେପିର ନେତ୍ରୁ ବୃନ୍ଦ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ତାଙ୍କର ଦେଶ ପ୍ରତି ଅବଦାନ ସମ୍ପର୍କରେ ଅବଗତ କରାଇ ସୃତି ଚାରଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରି ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା,ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସମ୍ପାଦିକା ସସ୍ମିତା ପାଢ଼ୀ, ବରିଷ୍ଠ ନେତା ସରୋଜ ଦାସ, ଆଶୋକ ଲେଙ୍କା, ଡି ଦାସ, ଇପ୍ସିତା ବିଶ୍ଵାଳ, ତିଳୋତ୍ତମା ପୂରଣଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ। ସେହିପରି ବିଜେପି ରାଉରକେଲା ତରଫରୁ ପାନପୋଷ ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ନେତ୍ରୁ ବୃନ୍ଦ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରାଜ୍ୟ ଯୁବ ସଂପାଦକ ଶଶାଙ୍କ ରାଜ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଙ୍କୁଶ ବର୍ମା, ସନ୍ତୋଷ ମହାପାତ୍ର,ବିକାଶ କାଶ୍ୟପ, ତାପସ ପରିଡ଼ା ଙ୍କ ସମେତ ବହୁ ଅଂଶ ଗ୍ରହଣ କରିଥିଲେ। ବହୁ ସଂଖ୍ୟାରେ କର୍ମୀମାନେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜେ ପିନ୍ଧିବା ପାଇଁ ଖଦୀ କପଡ଼ା କିଣିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦିଲ୍ଲିପ ରାୟ ଙ୍କ ପାଇଁ ପ୍ରଚାର

masiha

ମୁଣ୍ଡାଠାକୁରା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି

Leave a Comment

error: Content is protected !!