ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ଙ୍କୁ ବାଦ ଦେବାକୁ ଭାରତୀୟ ଜନତା ପାର୍ଟି ବିଡ଼ିଓ ଙ୍କୁ ଦେଲେ ଦାବୀ

ତେନ୍ତୁଳିଖୁଣ୍ଟି ୨୬/୦୧/୨୩- କେନ୍ଦ୍ର ସରକାର ରାଜ୍ୟ କୁ 9 ଲକ୍ଷ ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ପ୍ରଦାନ କରିଛନ୍ତି ମାତ୍ର ଗରିବ କୁ ନ ଦେଇ ଧନୀ ଶ୍ରେଣୀ ର କୁ ଘର ପ୍ରଦାନ କରୁଥିବା ନେଇ ଆଜି ବିଜେପି ର ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ ରେ ଆଜି ଦାବୀ ପତ୍ର ପ୍ରଦାନ କରିଥିଲେ ।ଆସନ୍ତା 31 ତାରିଖ ସୁଦ୍ଧା ଗରିବ  ପରିବାର କୁ ଘର ପ୍ରଦାନ କରା ନ ଗଲେ 31 ତାରିଖ ରେ ବ୍ଳକ ଅଫିସ କୁ ଘେରାଉ କରିବା ସହ ଧାରଣା ଦିଆଯିବ ବୋଲି ତେନ୍ତୁଳିଖୁଣ୍ଟି ବ୍ଳକ ବିଜେପି କହିଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେବାକୁ ଆଜି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ପଦାଧିକାରୀଙ୍କ ସହ ତେନ୍ତୁଳିଖୁଣ୍ଟି ବ୍ଲକର ବିଜେପି କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତେନ୍ତୁଳିଖୁଣ୍ଟି ବି ଡି ଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପ୍ରଦାନ କରିଥିଲେ ।ଗତ 2018-19 ରେ ଭାରତୀୟ ଜନତା ପାର୍ଟି ଆବାସ ଯୋଜନା ହିତାଧିକାରୀ ଙ୍କ ତାଲିକା କୁ ବିରୋଧ କରିଥିଲା ।ସମାଜରେ ରହୁଥିବା ଗରୀବ,ନିଷ୍ପେସିତ ଲୋକଙ୍କୁ ନିରାଶ ନକରି ଉଚିତ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ଆବାସ ଯୋଜନାରେ ସାମିଲ କରିବା ପାଇଁ ଏହି ଦାବୀ ପତ୍ରରେ ଭାରତୀୟ ଜନତା ପାର୍ଟି ଉଲ୍ଲେଖ କରିଛନ୍ତି । ଏହି ସମୟରେ ରାଜ୍ୟ ଯୁବ ମର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ମାନସ ରଞ୍ଜନ ଦାଶ,ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତା ନନ୍ଦ ବିଷୟି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧରଣୀ ସିଂ,ସନ୍ତୋଷ ପାତ୍ର, ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଅଂଚଳଗୁମା ମଣ୍ଡଳ ସଭାପତି ନନ୍ଦନନ୍ଦନ ବିଷୟି, ଅଂଚଳଗୁମା ମଣ୍ଡଳ ସାଧାରଣ ସମ୍ପାଦକ ଅଭିମନ୍ୟୁ ହରିଜନ , ପ୍ରଦୀପ ଶାହ,ରାଜେଶ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଭୁବନରେ ଗରିବ କଲ୍ୟାଣ ସମାବେଶ ପାଳନ କଲା ବିଜେପି

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

masiha

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!