ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ପରିଷଦ ବୈଠକ 

ଢେଙ୍କାନାଳ, ତା.୨୧.୦୩.୨୦୨୩ରିଖ : ଅଦ୍ୟ ୧୨ ଘଟିକା ସମୟରେ ଷ୍ଟେସନ୍‌ ବଜାର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପରିଷଦ ବୈଠକ ଯମ୍ବେଶ୍ବର ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଶିବରାମ ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଚଳିତ ମାସ ୨୩ ତାରିଖରେ ହେବାକୁ ଯାଉଥିବା ନୂଆ ଓଡିଶା ଗଠନ ପାଇଁ ବିକଳ୍ପ ସମାବେଶ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ । ଉକ୍ତ ସମାବେଶରେ ଧାନ କୁଇଁଟାଲ୍ ୩ ହଜାର ଟଙ୍କା ଧାର୍ଯ୍ୟ କରିବା, ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ନିର୍ମାଣ, ବନ୍ଦ ହୋଇପଡିଥିବା କାରଖାନାଗୁଡିକ ଚାଲୁ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ବେକାର ଶିକ୍ଷିତ ଯୁବକଯୁବତୀଙ୍କୁ ବେକାରୀ ଭତା ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା, ସଲିଆମାନଙ୍କୁ ବର୍ଷସାରା କାମ ଯୋଗାଇ ଦେବା ପ୍ରଭୃତି ଅନ୍ୟାନ୍ୟ ଦାବୀ ନେଇ ଏହି ସମାବେଶ ହେବ । ଉକ୍ତ ସମାବେଶରେ କୃଷକ ଶ୍ରମିକ, ଯୁବକ ଯୋଗ ଦେବାକୁ ଆହ୍ବାନ କରା ଯାଇଛି । ଉକ୍ତ ବୈଠକରେ ପୁରୁଷୋତମ ନାଏକ, ରବି ରଥ, ପ୍ରଦୀପ ସାହୁ, ଜନାର୍ଦ୍ଦନ ନନ୍ଦି, ସୁବାଷ ଚନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କଂଗ୍ରେସର ନିର୍ବାଚନୀ ଶୋଭାଯାତ୍ରା ଓ ସାଧାରଣ ସଭା  ଭାଜପା ଓ ବିଜେଡି ଉପରେ ବର୍ଷିଲେ-ଭକ୍ତ ଦାସ

masiha

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

Leave a Comment

error: Content is protected !!