ମ,ରାମପୁର,୨୧/୩( ମସୀହା):- ମ. ରାମପୁର – ରିଷିଡା ରାସ୍ତା ର ପାତିଗୁଡ଼ା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ପାଞ୍ଚଟା ପରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଗାଡ଼ିଟି ରାସ୍ତା କଡରେଥିବା ଏକ ନିମ୍ବ ଗଛରେ ଧକ୍କା ଦେଇଛି l ଫଳରେ ଚାଳକ ପାର୍ଶ୍ଵ ଚକ ଓ ସମ୍ମୁଖ ଭାଗ ଚୂରମାର୍ ହୋଇ ଯାଇଛି l ହେଲେ କେହି ମୃତାହତ ହୋଇ ନାହାନ୍ତି l ଗାଡ଼ିର ଦୁଇ ଗୋଟି ବେଲୁନ ବାହାରି ଥିବାରୁ ଚାଳକ ଓ ସହ ଯାତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି l ତେବେ ଗାଡ଼ି ଚାଳକ ଓ ତାଙ୍କ ସହିତ ଥିବା ଜଣେ ମହିଳା ସହ- ଯାତ୍ରୀ ଗାଡିରୁ ବାହାରି ଚଂପଟ ମାରିଥିବା କେତେକ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି l ଦୁର୍ଘଟଣା ଗ୍ରସ୍ତ ଗାଡ଼ିଟି ମାରୁତି ସୁଜୁକି କମ୍ପାନୀର ବେଲେନୋ ସିଗ୍ମା ( ଓଡ଼ି ୩୩ ଏଜି ୪୨୪୦) ଜଣା ଯାଇଥିବାବେଳେ ଗାଡ଼ିର ମାଲିକ କିଏ ଓ କେଉଁଠି ର ଜଣା ପଡ଼ିନାହିଁ l
ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ