ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

ଡାବୁଗାଁ, ୧୭/୪ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶ୍ରୀ ଜଗନ୍ନାଥ ମନ୍ଦିର ସାମନା ରେ ସୋମବାର ସକାଳ ୯ ଘଣ୍ଟା ସମୟରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତା ତଥା ସାଂସଦ ପ୍ରତିନିଧି ଏମ. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ଜୋନ- ୧ ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତ୍ରା, ଜୋନ- ୨ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ଉପାଧାକ୍ଷ ସଦାନନ୍ଦ ନାୟକ, ଡଙ୍ଗରିଗୁଡା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ବେହେରା, ବ୍ଲକ ମହିଳା ସଭାନେତ୍ରୀ ହୀରା ହରିଜନ, ଜିଲା ବିଜେଡି ମହିଳା ସମ୍ପାଦକ ସ୍ଵର୍ଣ୍ଣଲତା ଭତ୍ରା, ବ୍ଲକ ମିଡିଆ ସେଲ ସବିତା ମହାନ୍ତି, ଡାବୁଗାଁ ପଞ୍ଚାୟତ ସଭାପତି ଜି. ପ୍ରକାଶ ରାଓ, ଗେଦୁ ପଟ୍ଟନାୟକ, ଟି ମୁରଲୀ ରାଓ, ପି. ସୁବୁଦ୍ଧି ରାଓ, ଜଳନ୍ଧର ବିଶୋୟୀ, ପି. ନାଗା, ଶିବପ୍ରସାଦ ମିଶ୍ର, ଭଗବାନ ଖୁଣ୍ଟିଆ ପ୍ରମୁଖ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ବହୁ କର୍ମୀ ଆସି ଯୋଗ ଦେଇ ଥିଲେ। ସମସ୍ତ ନେତୃବୃନ୍ଦ ମାନେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ସ୍ମୃତିଚାରଣ କରି ଜୟ ଜୟ କାର ଧ୍ୱନି ରେ ପ୍ରକମ୍ପିତ କରିଥିଲେ। ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂତନ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ନୂତନ ମଣ୍ଡଳ ସଭାପତି ଓ ଜିଲ୍ଳା ପ୍ରତିନିଧି ରାଜ୍ୟ ପରିଷଦ ସଦସ୍ୟଙ୍କୁ ସମ୍ବର୍ଦ୍ଧିନା

masiha

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

masiha

Leave a Comment

error: Content is protected !!