ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

କାମାକ୍ଷାନଗର -(ମ ନି ସ)17/4/23//ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ସୋମବାର ପାଳନ ହୋଇଯାଇଛି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ । ସକାଳେ ନଗରପାଳ ଧର୍ମାନନ୍ଦ ପରିଡାଙ୍କ ସମେତ ଶତାଧିକ ଦଳୀୟ କର୍ମୀ କାମାକ୍ଷାନଗର ମେଡିକାଲ ପରିସରରକୁ ସଫେଇ କରିଥିଲେ।ପରେ ସ୍ଥାନିୟ ବସଷ୍ଟାଣ୍ଡ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ପୂଷ୍ପ ମାଲ୍ୟ ଅର୍ପଣ କରିଥିଲେ।ଏହାପରେ ଦଳିୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାଧାରଣରେ ବୈଠକରେ ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ ଜୀବନି ବିଷୟରେ ଆଲୋକପାତ କରାଯାଇଥିଲା। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟନାୟକ।ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ନିଜକୁ ଗଢି ତୋଳିବାକୁ ଦଳୀୟ ନେତା ଓ କର୍ମୀ ଶପଥ ନେଇଥିଲେ।ଅପରାହ୍ନରେ ସ୍ଥାନୀୟ ହନୁମାନ ମନ୍ଦିର ଠାରେ ସମୂହ ଦୀପଦାନ ପାଇିଁ କାର୍ଯ୍ୟକ୍ରମ ରହିଥିବା ଦଳ ତରଫରୁ କୁହାଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

masiha

ବସ୍ତା ବିଜେପି ପକ୍ଷରୁ ବରିଷ୍ଠ ନେତା ବାବୁ ନନାଙ୍କ ଜନ୍ମ ଦିନ ପାଳିତ 

Sunil Chandra Nayak

ଡାବୁଗାଁ ଠାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ବୈଠକ 

masiha

Leave a Comment

error: Content is protected !!