ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

ରାଉରକେଲା ତା ୦୫/୦୫/୨୦୨୫ // ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦ ର ସ୍ରଷ୍ଟା କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ଏ କେ ଜି ଭବନ ଶକ୍ତିନଗର,ସି ପି ଆଇ ଏମ୍ ଜିଲ୍ଲା କାର୍ଯ୍ୟାଳୟ ଠାରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାର୍ଟି ର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ପ୍ରଦୀପ ସେଠୀ, ପ୍ରମୋଦ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କାର୍ଲ ମାର୍କସ ବିଶ୍ଵର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି କୁ ବ୍ୟାଖ୍ୟା କରି ଗୋଟିଏ ବାକ୍ୟରେ ସେ କହିଥିଲେ “ଏ ପର୍ଯ୍ୟନ୍ତ ଧରାପୃଷ୍ଟରେ ତିଷ୍ଠି ରହିଥିବା ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମ ର ଇତିହାସ। ମାର୍କସ କହିଥିଲେ ଶ୍ରମିକ ଉତ୍ପାଦନ କରୁଥିବା ପଣ୍ୟ ପାଇଁ ପୁଂଜିପତି ଶ୍ରେଣୀ ବା ମାଲିକ ଶ୍ରମର ଉପଯୁକ୍ତ ମୂଲ୍ୟ ନ ଦେଇ ଶ୍ରମିକ ର ଶ୍ରମ କୁ ନିର୍ମମ ଭାବରେ ଶୋଷଣ କରି ଉଦବୃତ୍ତ ମୂଲ୍ୟ ଜରିଆରେ ମୁନାଫା ର ଇମାରତ ଠିଆ କରିଛନ୍ତି। ଶ୍ରମିକ କୁ ଶୋଷଣ ବ୍ୟତିରକେ ପୁଂଜିପତି ର ମୁନାଫା ବୃଦ୍ଧି ଅସମ୍ଭବ। ଆମେ ଆଜି ପୁଂଜିପତି ଶ୍ରେଣୀ ପାଖରେ ମୁନାଫା ର ପାହାଡ଼ ଦେଖୁଛନ୍ତି, ତାହା କୋଟି କୋଟି ଶ୍ରମିକଙ୍କର ଝାଳ ଓ ରକ୍ତ କୁ ଶୋଷଣ କରି ଅର୍ଜନ କରାଯାଇଛି। ମାର୍କସ ଙ୍କ ମହାନ୍ କୃତି ମାର୍କସବାଦ ହଁ ସର୍ବଶ୍ରେଷ୍ଠ ଦର୍ଶନ ଏବଂ ଏବଂ ମାର୍କସବାଦୀ ଅର୍ଥନୀତି ହଁ ବିଶ୍ଵର ଶ୍ରେଷ୍ଠ ଅର୍ଥନୀତି। ପୁଂଜିବାଦି ସମାଜରେ ଚାଲିଥିବା, ଶୋଷଣ,କଷଣ,ଦମନ ଏବଂ ନିର୍ଯାତନା ରୁ ମୁକ୍ତି ପାଇଁ ସମାଜବାଦ ହଁ ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା ବୋଲି ବକ୍ତା ମାନେ କହିଥିଲେ। କାର୍ଲ ମାର୍କସ ଆଜିର ଦିନରେ ମେ ୫ ତାରିଖ ୧୮୧୮ ରେ ଜର୍ମାନ ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ ଥିଲା। ତାଙ୍କର ଲିଖିତ ଦାସ୍ କ୍ୟାପିଟାଲ ଓ କମ୍ୟୁନିଷ୍ଟ ଇସ୍ତାହାର ଆଜି ସମଗ୍ର ବିଶ୍ଵରେ ଅର୍ଥନୀତି ପାଇଁ ବିଶେଷ ଭାବରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

masiha

ପାଇପ ଲାଇନ ବିଛାଇ ଖାତିଗୁଡା ରାସ୍ତା ର ଉଭୟ ପାର୍ଶ୍ଵ ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

Sunil Chandra Nayak

ଆମପାଣି ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମାବେଶ ଅନୁଷ୍ଠିତ

Leave a Comment

error: Content is protected !!