ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ସୁବର୍ଣ୍ଣରେଖା”ର ବାର୍ଷିକ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରୀ କମିଟି ଗଠନ

“ସୁବର୍ଣ୍ଣରେଖା”ର ବାର୍ଷିକ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରୀ କମିଟି ଗଠନ

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ “ସୁବର୍ଣ୍ଣରେଖା”ର ଚଳିତବର୍ଷ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି ମନୋରଞ୍ଜନ ଦାସ ଫକୀରମୋହନ ସେନାପତି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲାପରେ ବୈଠକ ଅନୁଷ୍ଠିତ ହୋଇଥିଲା।

ସଭାପତି ଶ୍ରୀ ଦାସ ନିଜର ଅଭିଭାଷଣରେ ସୁବର୍ଣ୍ଣରେଖା ର ପ୍ରତିଷ୍ଠା ଠାରୁ ଏଯାବତ୍ ହୋଇଥିବା ନିର୍ମାଣ କାର୍ଯ୍ୟ ଓ ଜନହିତକର କାର୍ଯ୍ୟ ର ସୂଚନା ଦେଇଥିଲେ। ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ସ୍ବାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷର ଆୟ-ବ୍ୟୟର ସମୀକ୍ଷିତ ରିପୋର୍ଟ କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା ଉପସ୍ଥାପନା କରିଥିଲେ। ଚର୍ଚ୍ଚା ପରେ ତାହା ଧ୍ଵନୀ ମତରେ ଗୃହୀତ ହୋଇଥିଲେ।ଏହା ପରେ ସେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଏକ ସମତୁଲ ବଜେଟ ଉପସ୍ଥାପିତ କରିଥିଲେ । ଆଇନ୍ ପରାମର୍ଶଦାତା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ଦୁଇଟି ସଂଶୋଧନ ପ୍ରସ୍ତାବ ଆଣିଥିଲେ।ଯାହା ଉପସ୍ଥିତି ସଦସ୍ୟ ସଦସ୍ୟା ଙ୍କ ଦ୍ଵାରା ବାଚନିକ ଭୋଟରେ ଅନୁମୋଦିତ ହେଲା । ମତ ବିନିମୟ କାର୍ଯ୍ୟକ୍ରମରେ ସଦସ୍ୟ ସଦସ୍ୟା ମାନେ ଉପାଦେୟ ପ୍ରସ୍ତାବ ଦେଇଥିଲେ। ଉପଦେଷ୍ଟା ମଣ୍ଡଳୀ ଅନୁମୋଦିତ ୨୦୨୫-୨୮ ବର୍ଷ ପାଇଁ କାର୍ଯ୍ୟକାରୀ କମିଟିର ନାମ ବରିଷ୍ଠ ଉପଦେଷ୍ଟା ତଥା ଆଇନ ପରାମର୍ଶଦାତା ଆଡଭୋକେଟ କଲ୍ୟାଣ କମଳ ପଣ୍ଡା ଘୋଷଣା କରିଥିଲେ । ଏଥିରେ ଉପଦେଷ୍ଟା ପରିଷଦରେ ଡାକ୍ତର ମନୁ ପଟ୍ଟନାୟକ, ଡାକ୍ତର ମଧୁସୂଦନ ସାହୁ,ଡାକ୍ତର ପ୍ରତାପ ଚନ୍ଦ୍ର ଜେନା,ଇ° ଅବନୀ ଭୂଷଣ ଦେଓ, ଆଇନଜୀବୀ କଲ୍ୟାଣକମଳ ପଣ୍ଡା, ହରିହର ବାଗ,ମନୋରଞ୍ଜନ ଦାସ, ଡ: ବିନୋଦ କୁମାର ସାହୁ,ଡ.ସୁମନ ଦତ୍ତ, ଡ. ଦୀପକ୍ କୁମାର ସାହୁ, ଅଜିତ୍ କୁମାର ମହାପାତ୍ର,ହରିହର ଦାସ,ଅନୀଲ କୁମାର ଦାଶ,ବାମଦେବ ଆଚାର୍ଯ୍ୟ, ପରମେଶ୍ବର ମହାରଣା,ବାଲୁକିଶୋର ପାତ୍ର ଓ କାର୍ଯ୍ୟକାରୀ କମିଟି ମଧ୍ୟରେ ସଭାପତି ଭାବେ ବନବିହାରୀ ରଣା,ସାଧାରଣ ସମ୍ପାଦକ ଭାବେ କମଳାକାନ୍ତ ପ୍ରଧାନ, ଉପସଭାପତି – ନିତ୍ୟାନନ୍ଦ ବେହେରା ଓ କବୀନ୍ଦ୍ର ନାରାୟଣ ଦେଓ,ସହ ସାଧାରଣ ସମ୍ପାଦକ – ମହେନ୍ଦ୍ର ମହାଳିକ,ସାଙ୍ଗଠନିକ ସମ୍ପାଦକ – ଆନନ୍ଦ କୁମାର ଗିରି, ସହ ସାଙ୍ଗଠନିକ ସମ୍ପାଦକ – କମଳ ଲୋଚନ ଗାରୁ, ସାଂସ୍କୃତିକ ସମ୍ପାଦକ – ବିଜୟ କୁମାର ପ୍ରଧାନ, ସହ ସାଂସ୍କୃତିକ ସମ୍ପାଦକ – ରାଧାକୃଷ୍ଣ ଦଳପତି ,କ୍ରୀଡା ସମ୍ପାଦକ – ରାଜିବ କୁମାର ପାତ୍ର ସହ କ୍ରୀଡ଼ା ସମ୍ପାଦକ – ରାଜେନ୍ଦ୍ର କୁମାର ବାରିକ,ଯୋଗାଯୋଗ ସମ୍ପାଦକ ଅରକ୍ଷିତ ଆଦକ, ମହିଳା ସମ୍ପାଦିକା ଆଇନଜୀବୀ ଗୀତାଞ୍ଜଳି ପଣ୍ଡା, ସହ ମହିଳା ସମ୍ପାଦିକା – ମିନୁଶ୍ରୀ ପରିଡା,ପାଠାଗାର ସମ୍ପାଦକ – ପ୍ରଫୁଲ୍ଲ କୁମାର ସାହୁ, ସହ ପାଠାଗାର ସମ୍ପାଦକ – ବରୁଣ କୁମାର ମାଝୀ, କୋଷାଧ୍ୟକ୍ଷ – ରବିନ୍ଦ୍ରନାଥ ଜେନା, ସହ କୋଷାଧ୍ୟକ୍ଷ – ଶ୍ରୀକାନ୍ତ ଦାସ,ମୁଖ୍ୟ ସଂଯୋଜକ – ସୁବ୍ରତ କୁମାର ଜେନା, ମହିଳା ସଂଯୋଜିକା – ଦେବଯାନୀ ଘୋଷ ,ଅନ୍ତରୀଣ ସମୀକ୍ଷକ – ରାମଚନ୍ଦ୍ର ସେନାପତି ତଥା ନନ୍ଦିନୀ ମହିଳା ସଂହତି ପାଇଁ ଡାକ୍ତର ସାନ୍ତ୍ଵନା ପରିଡ଼ା, ସୁଶ୍ରୀ ସଙ୍ଗୀତା ବେଜ,ସସ୍ମିତା ମଣ୍ଡଳ, ଚିନାରାଣୀ ସାହୁ,ଲୋପାମୁଦ୍ରା ଦାସ ପ୍ରମୁଖ ମନୋନୀତ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାଷୀଙ୍କୁ କ୍ଷତିପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର 

masiha

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ

masiha

ଏନ୍ ଇ ଇ ଟି ପରୀକ୍ଷାରେ କୃତକାର୍ଯ୍ୟ ବିଶ୍ଵରଞ୍ଜନ ଅଘରିଆଙ୍କୁ ଅଘରିଆ ସମାଜରୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!