ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

କାମାକ୍ଷାନଗର (ମନିସ)23/6/25 — କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ଆଳତୁମା ରାମିଆଳ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ହାଟ କରିବାକୁ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ରେ ବୃଦ୍ଧ ମୃତ l ମୃତକ ଜଣକ କାମାକ୍ଷାନଗର ଥାନା ଗାଲୁକାଟେଣୀ ଗ୍ରାମର ଜଳଧର ସାହୁ l ସୂଚନା ଅନୁସାରେ ଜଳଧର ଏକ ସାଇକେଲ ଯୋଗେ ଗାଁ ରୁ ବାହାରି କାମାକ୍ଷାନଗର ସାପ୍ତାହିକ ହାଟ କରିବାକୁ ଆସୁଥିଲେ l ଆଳତୁମା ଗ୍ରାମ ରାମିଆଳ ବ୍ରିଜ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଛି l ଦୁର୍ଘଟଣା ଖବର ପାଇ ଉତ୍ୟକ୍ତ ଲୋକେ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି ରେ ରାସ୍ତାରୋକ କରିଥିବା ବେଳେ ଡ଼ୁବୁରୀ – ତାଳଚେର ଯାତାୟତ ବାଧାପ୍ରାପ୍ତ ହୋଇଛି l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତିପୂରଣ ଦାବି ରେ ଲୋକମାନେ ରାସ୍ତାରୋକ ଜିଦ ରେ ଅଟଳ ଅଛନ୍ତି l ତେବେ ୫୩ ନମ୍ବର ଜାତୀୟ ରାଜପଥ ର ଏହି ସ୍ଥାନ ରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ବେଳେ ଏହା ଏବେ ମରଣଯନ୍ତା ପାଲଟିଛି l ଗତ ଦୁଇ ମାସ ମଧ୍ୟରେ ଏଠାରେ ସଡ଼କ ଦୁର୍ଘଟଣା ରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସତ ହେଉଛନ୍ତି l ଏଠାରେ ଆଲୋକୀକରଣ, ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା, ହମ୍ପସ ନିର୍ମାଣ ପାଇଁ ଲୋକମାନେ ବାରମ୍ବାର ଦାବି କରୁଥିବା ବେଳେ ପ୍ରଶାସନ ର ଅପାରଗତା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁ ଏହି ସ୍ଥାନ ଏବେ ଦୁର୍ଘଟଣା ର ହଟସ୍ପଟ ରେ ପରିଣତ ହୋଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନର୍ଲା ବ୍ଳକ ସେଲୁନ ସଂଘର ମାସିକ ବୈଠକ

masiha

କ୍ରୀଡା କ୍ଷେତ୍ରରେ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସଫଳତା ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟ ମଧ୍ୟରେ ମନୋନୀତ 

masiha

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!