ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତା ଦେଖାଇଲେ ଦୁଇ ଶିକ୍ଷୟିତ୍ରୀ 

ମାନବିକତା ଦେଖାଇଲେ ଦୁଇ ଶିକ୍ଷୟିତ୍ରୀ 

ଡାବୁଗାଁ , ୧୯/୯ (ମ. ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସାପ୍ତାହିକ ହାଟରେ ୨ ଶିକ୍ଷୟତ୍ରୀ ଗୁରୁବାର ଅପରାହ୍ନ ରେ ମାନବିକତା ର ପରିଚୟ ଦେଇଛନ୍ତି l ସୂଚନାଯୋଗ୍ୟ :- ଆଜି ପାପଡାହାଣ୍ଡି ବ୍ଲକ ଅଧୀନ ବରଦେଇ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ୨ ଶିକ୍ଷୟିତ୍ରୀ ଜୟଶ୍ରୀ ଦାସ୍ ଏବଂ କବିତା ଖିଲାର୍ ଅପରାହ୍ନ ରେ ବିଦ୍ୟାଳୟ ଛୁଟି ପରେ ଡାବୁଗାଁ ସାପ୍ତାହିକ ହାଟରେ ଜିନିଷ ପତ୍ର କିଣିବା ସମୟରେ ସେହିଠାରେ ଡାବୁଗାଁ ନିକଟସ୍ଥ ବଡ ପାଂଜାରିଗୁଡା ଗ୍ରାମର ଜଣେ ବିଧବା ମହିଳା ହାଟ କରିବା ସମୟରେ ହଠାତ ଅଚେତ୍ ହୋଇ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ହାଟ କରୁଥିବା ଦୁଇ ଶିକ୍ଷୟିତ୍ରୀ ସେହି ମହିଳାଙ୍କୁ ଉଠାଇ ମୁହଁରେ ପାଣି ମାରିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ଠିକ ନ ଥିବାରୁ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲେ । ଦୁଇ ଶିକ୍ଷୟିତ୍ରୀ ଊକ୍ତ ମହିଳାଙ୍କ ସମ୍ପର୍କୀୟ ଆସିବା ପର୍ଯ୍ୟନ୍ତ ମେଡିକାଲ ରେ ମହିଳାଙ୍କ ପାଖରେ ଜଗି ରହିଥିଲେ । ପିଡୀତା ମହିଳାଙ୍କ ଝିଅ ଏବଂ ତାଙ୍କ ଗ୍ରାମର ଲୋକମାନେ ଆସିବା ପରେ ଦୁଇ ଶିକ୍ଷୟିତ୍ରୀ ଘରକୁ ଯାଇଥିଲେ । ଦୁଇ ଶିକ୍ଷୟିତ୍ରୀ ଙ୍କ ଏଭଳି କାର୍ଯ୍ୟ ଦେଖି ଡାବୁଗାଁ ଜନସାଧାରଣ ଙ୍କ ସହ ବୁଦ୍ଧିଜୀବୀ ମାନେ ୨ ଶିକ୍ଷୟତ୍ରୀ ଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ 

masiha

ଅବସର କାଳୀନ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ପାଳିତ 

Sunil Chandra Nayak

ଚଢେଇପାହାଡି ପଞ୍ଚାୟତ ବିକାଶର ବହୁ ପଛରେ ; ରାସ୍ତା, ପୋଲ ଓ ମୋବାଇଲ ନେଟୱର୍କ ସମସ୍ୟାରେ ଜର୍ଜରିତ ; ବର୍ଷାଦିନେ ବୁଢାମରା ପୋଲ ଉପରେ ପାଣି; ସରଗଡାରେ ଜିଲ୍ଲାପାଳଙ୍କ ଜନଶୁଣାଣିକୁ ବନ୍ୟା ପାଣି ସାଜିଲା ବାଧକ

Sunil Chandra Nayak

Leave a Comment

error: Content is protected !!