ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରି‍ଂ ଥାନା ! ବଡଡାଳିମା ଗାଁରେ ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ତିରି‍ଂ ଥାନା ! ବଡଡାଳିମା ଗାଁରେ ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ମୟୂରଭଂଜ – ୨୪/୦୬ — ଚାଲିଛି ବର୍ଷା ଋତୁ । ବର୍ତ୍ତମାନ ପ୍ରଜନନ ଋତୁ ।ସାପମାନେ ଖାଦ୍ୟ ଓ ଗାତରେ ପାଣି ପଶୁଥିବାରୁ ସାପମାନେ ବାହାରକୁ ଖାଦ୍ଯ ଅନ୍ବେଷଣରେ ବାହାରୁଛି ।କିନ୍ତୁ ଦୁର୍ଗମ ଇଲାକାରେ ବସବାସ କରୁଥିବା ଅଂଚଳଵାସୀ ବିଶେଷତଃ ଆଦିବାସୀମାନେ ସଚେତନ ଅଭାବ ଓ ଗରୀଵତାକୁ ନେଇ ସେମାନେ ଶୋଇବା ପାଇଁ ଖଟ କିଣି ପାରୁ ନାହାଁନ୍ତି ।ଯାହାଫଳରେ ଚଟାଣରେ ଶୋଉଛନ୍ତି ଗରୀବ ଗୁରୁବା ଜନସାଧାରଣ ।ପାହାଡିଆ ଅଂଚଳରେ ଗୋଖର ,ନାଗ ,ଚିତି,ରଣା ସାପ ବିଶେଷତଂଃ ଦେଖା ଯାଆନ୍ତି ।ଅନ୍ଧାରି ସୁଯୋଗ ଦେଖି ସେମାନେ ଘର ଭିତରେ ପଶି ଯାଆନ୍ତି ।ତାଙ୍କ ହାବୁଡାରେ ଯିଏ ପଡନ୍ତି ସେମାନେ ଦଂଶନ କରିବାକୁ ଛାଡନ୍ତି ନାହିଁ ।ସାପ କାମୁଡ଼ାରେ ଵାମନଘାଟୀ ଉପଖଣ୍ଡରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।ସୂଚନାଯୋଗ୍ୟ ସୋମବାର ରାତିରେ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଗ୍ରାମର କାର୍ତ୍ତିକ ସିଂ ପରିବାର‌ଲୋକେ ଖାଇପିଇ ଶୋଇଥିଲେ ।ରାତିରେ ଏକ ବିଷାକ୍ତ ସାପ କାର୍ତିକର ଦେଢ ବର୍ଷର କୁନି ଝିଅ ଲକ୍ଷ୍ମୀ ସି ଝକୁ କାମୁଡି ଦେଇଥାଲା ,ଯାହାଫଳରେ ପିଲାକଳଟି କାନ୍ଦି ଉଠିଥିଲା ।ଘର ଲୋକେ ତାଙ୍କୁ ବେସରକାରୀ ଅଟୋରେ ରାଇରଙ୍ଗପୁର‌ ଚିକାତ୍ସାଳୟକୁ ଆଣିଥିଲେ ।ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ।ତିରିଂ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୫/୨୫ ରୁଜୁ କରି ମଙ୍ଗଳବାର ଦିନ‌ଶଵ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଝିଅକୁ ହରାଇ ବାପ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମିସହା ନିଉଜ

Related posts

ଉତ୍କଳ ଆଲୁମିନା ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

masiha

ଦେଓଗାଁ ବ୍ଲକ ଧଣ୍ଡlମାଳ ଗାଁ ରେ ବିଶାଳ ଆଦିବାସୀ ସମ୍ମିଳନୀ , ଜମି ଜଳ ଜଙ୍ଗଲ ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ଙ୍କ ଆହ୍ୱାନ 

masiha

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼ 

masiha

Leave a Comment

error: Content is protected !!