ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳାରେ ଦିବ୍ଯାଙ୍ଗ ଦିବସ ପାଳିତ

ଵିଜାତଳାରେ ଦିବ୍ଯାଙ୍ଗ ଦିବସ ପାଳିତ

 ମୟୂରଭଞ୍ଜ —- (ମସିହା) ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ଗୋଷ୍ଠୀ କାର୍ଯ୍ୟାଳୟ ପରିସରରେ ଵିଶ୍ବ ଦିବ୍ଯାଙ୍ଗ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜାତଳା ବ୍ଳକ ଅଧ୍ଯକ୍ଷା ରାଣୀ ମୁର୍ମୁ, ମୁଖ୍ୟବକ୍ତା ବିଇଓ ନେପା ମୁଣ୍ଡା,, ସମ୍ମାନିତ ଅତିଥି ଏବିଇଓ ନିରୁପମା ମହାନ୍ତି,ସ୍ଵର୍ଣପ୍ରଭା ମହାନ୍ତ,, ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ ।ଦିଵ୍ଯାଙ୍ଗ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ନାଚ,ଖେଳ,କୁଦ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ଦିଵ୍ଯାଙ୍ଗ ମାନେ ଭଗବାନଙ୍କର ସନ୍ତାନ । ସେମାନେ ମଧ୍ୟ ଭଲ ମଣିଷ ଭଳି ସମାଜରେ ବଂଚି ରହିବା ଦରକାର । ସେମାନଙ୍କୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ । ଆଗକୁ ଯେମିତି ସେମାନେ ଅନ୍ୟ ଉପରେ ନିର୍ଭରଶୀଳ ନ ହୁଅନ୍ତି ସେଥିପାଇଁ ପାଇଁ ସେମାନଙ୍କୁ ଦକ୍ଷତା କରାଇବାକୁ ପଡ଼ିବ । କାର୍ଯ୍ୟକ୍ରମରେ ଶିକ୍ଷକ ଶିବ ପ୍ରସାଦ ବେହେରା,ଅଜୟ ପଟ୍ଟନାୟକ,ବିଆରଟି ଦୟାନିଧି ଧୋନି,ପ୍ରସାନ୍ତ ଦାସ, ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ଜିଲ୍ଲାପାଳ ଶୁଣିଲେ ୪୪ ଗୋଟି ଅଭିଯୋଗ

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ପରୀକ୍ଷା ପାସ ହାର ୯୮.୯୪ ଶତକଡା, ଦୁଇ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ବି୧ ଗ୍ରେଡରେ ପାସ

ନନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!