ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର ପ୍ରତିଷ୍ଠା ଦିବସ ପାଳନ

ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା/ ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର୬୪ ତମ ପ୍ରତିଷ୍ଠା ଦିବସ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି। କ୍ଲବର ସଭାପତି ଲାୟନ ଭାଗ୍ୟଲକ୍ଷ୍ମୀ ପରିଡ଼ା ଙ୍କ ସଭାପତିତ୍ବ ଓ ସମ୍ପାଦକ ଲାୟନ ଡ଼ଃ ଅର୍ସ ଚୋପ୍ରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ପ୍ରଥମ ଏହି ଅନୁଷ୍ଠାନର ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ପ୍ରଶାନ୍ତ କୁମାର ଭୂତିଆ, ପୁଲିସ ଏଏସଆଇ ମହେନ୍ଦ୍ର ସାହୁ ଓ ଶିକ୍ଷାବିତ ସୈ।ଦାମିନୀ ମୁଦାଲି ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆନ୍ତର୍ଜାତୀୟ ପିନ୍ ଲାୟନ ସର୍ବଶ୍ରୀ ଅକ୍ଷୟ କୁମାର ଜେନା, ଚନ୍ଦ୍ର ଶେଖର ଚନ୍ଦନ, ଦୀପକ ଚନ୍ଦନ, କମଲ କୁମାର ଅଗ୍ରୱାଲ, ସୁନିତା ଶ୍ରୀନିବାସନ,ମିନୀ ମାଲହୋତ୍ରା,ଡା.ଜ୍ୟୋତି ସ୍ବାଇଁ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଲାୟନ ରାଜେଶ ଶର୍ମା, ଲାୟନ ଜି ବାସୁଦେବନ ନାୟାର, ଲାୟନ ଭରତ ଧଳ,ଲାୟନ ରାଜେଶ ମାଲହୋତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀମତୀ ପରିଡା ସ୍ବାଗତ ଭାଷଣ ଓ ସମ୍ପାଦକ ଡଃ ଚୋପ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାବୀର ଶାନ୍ତି ସଂଗଠନର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ 

Sunil Chandra Nayak

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

Leave a Comment

error: Content is protected !!