ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋହଳିଆ ପାଗ ସହିତ ଝିପିଝିପି ବର୍ଷା :ସଙ୍କଟରେ ଚାଷୀକୁଳ

କୋହଳିଆ ପାଗ ସହିତ ଝିପିଝିପି ବର୍ଷା :ସଙ୍କଟରେ ଚାଷୀକୁଳ

ବସ୍ତା,06/12 :ବାଲେଶ୍ଵର ଜିଲା ତଥା ବସ୍ତା ଅଞ୍ଚଳରେ ଅସ୍ବାଭାବିକ ଭାବେ ପାଣିପାଗର ପରିବର୍ତ୍ତନ ସତେ ଯେପରି ଚାଷୀଙ୍କ ପାଇଁ ଦାଉ ସାଜିଛି।ଚଳିତ ଚାଷୀ ବହୁ କଷ୍ଟ କରି ଧାନ ଚାଷ କରିଥିଲେ।ଅମଳ ସମୟର ଲଘୁଚାପ ଜନିତ କୋହାଳିଆ ପାଗ ଓ ଝିପିଝିପି ବର୍ଷା ଯୋଗୁଁ ଚାଷୀକୁଳ ବିବ୍ରତ ହୋଇ ପଡିଥିବା ଦେଖିବାକୁ ମିଳିଛି।ବାରମ୍ବାର ପ୍ରାକୃତିକ ବିପର୍ଯ୍ୟ ସାଙ୍ଗକୁ ଅଦିନିଆ ବର୍ଷା ଓ ଲଘୁଚାପ ବର୍ଷା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଉଛି। କୋହଳିଆ ପାଗ ଓ ଝିପିଝିପି ବର୍ଷା ଅମର୍ଦାରୋଡ ସମେତ ବସ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।ଗତ ସୋମବାର ଠାରୁ ଲଘୁଚାପ ଜନିତ ଝିପିଝିପି ବର୍ଷା ସାଙ୍ଗକୁ କୋହାଳିଆ ପାଗ ଯୋଗୁଁ ଚାଷୀଙ୍କ ବୁଦ୍ଧି ହଜିଯାଇଛି।କେବଳ ଧାନ ଚାଷ ନୁହେଁ ପନିପରିବା ଝିପିଝିପି ବର୍ଷା ଓ କୋହଲିଆ ପାଗ ଯୋଗୁଁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଏଭଳି ପାଚିଲା ଧାନ ଉପରେ ବର୍ଷା ଲାଗି ରହିଲେ ଚାଷୀମାନଙ୍କର ନାହିଁ ନଥିବା କ୍ଷତି ହେବା ଆଶଙ୍କାରେ ଉପୁଜୁଥିବାରୁ ଚାଷୀକୁଳ ବିବ୍ରତ ହେଉଥିବା ଦେଖିବାକୁ ମିଳୁଛି ବସ୍ତା ବ୍ଲକ ଅଞ୍ଚଳରେ।କୋହାଳିଆ ପାଗ ଯୋଗୁଁ ବହୁ କଷ୍ଟରେ ପନିପରିବା ଚାଷ କରିଥିଲେ ହେଁ ରୋଗପୋକ ସମ୍ଭାବନା ରହିଥିବା ବେଳେ ପନିପରିବା ଚାଷର ଫୁଲ ଝଡିବାର ଓ ଫଳ ନଷ୍ଟ ହେବା ଆଶଙ୍କା ଚାଷୀଙ୍କ ନିଦ ହଜାଇ ଦେଇଛି। ଅନ୍ୟପକ୍ଷରେ ଜିଲ୍ଲା ସମେତ ବସ୍ତା ବ୍ଲକ ଅଞ୍ଚଳରେ ଏବେ ଧାନ ଅମଳ ଚାଲିଥିବା ବେଳେ କିଛି ଧାନ ଖଳରେ ତ କିଛିଧାନ ବିଲରେ ପଡ଼ିରହିଛି ଟା ବହୁ ଚାଷୀ ଏବଂ କିଛି ଧାନ କଟା ହୋଇ ନାହିଁ।ଲୋକେ ଧାନ କାଟିବାକୁ ଆବଶ୍ୟକ ମଜୁରିଆ ମଧ୍ୟ ପାଉନାହାଁ ନ୍ତି।ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଅଦିନିଆ ବର୍ଷା ଓ ଲୋହଳିଆ ପାଗ ଯଦି ଲାଗିରୁହେ ତେବେ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ କରିଦେବାର ଆଶଙ୍କା ଦେଖା ଦେଇଥିବାରୁ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ରାୟଗଡା ଏସୟୁଯେ ସାମ୍ବାଦିକ ସଙ୍ଘ , ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ମୁଖ୍ୟ ଦାବି

Sunil Chandra Nayak

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୩୬ ଜଣ ପରୀକ୍ଷାର୍ଥୀ.

Sunil Chandra Nayak

Leave a Comment

error: Content is protected !!