ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ କ୍ରାନ୍ତି ଶୋଭାଯାତ୍ରା

ଜୁନାଗଡ଼,୧୪/୧(ମ ନି ସ)ଜୁନାଗଡ଼ ଠାରେ ଓଡିଶା ବିକାଶ ପରିଷଦ ତରଫରୁ କ୍ରାନ୍ତି ରଥକୁ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରା କରାଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସଭା କରାଯାଇଥିଲା। କଳାହାଣ୍ଡି ବିକାଶ ପରିଷଦ ଅଧକ୍ଷ୍ୟା ସୁନୀତି ମୁଣ୍ଡ ଙ୍କ ନେତୃତ୍ୱରେ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।ସେଠାରେ ସମର୍ଥକଙ୍କ ଗହଣରେ ସଭା ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ କଟୁ ସମାଲୋଚନା କରାଯାଇଥିଲା। ବରିଷ୍ଠ ଶ୍ରମିକ ନେତା ବିରଞ୍ଚି ପଣ୍ଡା, ପ୍ରବୀର ଗୋଏଲ ପ୍ରମୁଖ ଉପସ୍ଥିତ ହୋଇ କଳାହାଣ୍ଡିର ବାସ୍ତବ ବିକାଶ ହୋଇ ପାରୁନାହିଁ।ସ୍ଥାନୀୟ ନେତା ଏଥିନେଇ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ କରିଥିଲେ।କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନି ଫଳରେ ହଜାର ହଜାର ଶିକ୍ଷିତ ବେକାର ବିଭିନ୍ନ ରାଜ୍ୟକୁ ଯାଇ ଦାଦନ ଖଟି ନାନା ପ୍ରକାର ନିର୍ଯ୍ୟାତନାର ଶିକାର ହେଉଛନ୍ତି।ଏପଟେ ନାରୀ ନିର୍ଯ୍ୟାତନା, ଦୁର୍ନୀତି ଭ୍ରଷ୍ଟାଚାର ବୃଦ୍ଧିପାଉଛି ।ଏଣୁ କଳାହାଣ୍ଡି ବାସି ଜାଗ୍ରତ ହୋଇ ଏହି ସରକାରଙ୍କୁ ଦୃଢ ଜବାବ ଦେବା ସହ ସଚେତନ ହେବା ଆବଶ୍ୟକ ବୋଲି ଏହି କ୍ରାନ୍ତି ଯାତ୍ରାର ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଦପ୍ରକାଶ ଗୋଏଲ ,ଉପେନ୍ଦ୍ର ପୂଝାରୀ ,କୈଳାସ ଖେମକ ,ବବିତା ବାଗ, ଯଶୋବନ୍ତି ଦଣ୍ଡସେନା ,ସୀତାକାନ୍ତ ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଅଧକ୍ଷ୍ୟା ସୁନୀତି ମୁଣ୍ଡ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଅଧାପନ୍ତରିଆ ଡ୍ରେନ,ଘରେ ପଶିଲା ବର୍ଷା ପାଣି, ପ୍ରତିବାଦ ରେ ଗ୍ରାମବାସୀ ଙ୍କ ରାସ୍ତା ରୋକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!