ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ କ୍ରାନ୍ତି ଶୋଭାଯାତ୍ରା

ଜୁନାଗଡ଼,୧୪/୧(ମ ନି ସ)ଜୁନାଗଡ଼ ଠାରେ ଓଡିଶା ବିକାଶ ପରିଷଦ ତରଫରୁ କ୍ରାନ୍ତି ରଥକୁ ସ୍ୱାଗତ କରିବା ସହ ଏକ ଶୋଭାଯାତ୍ରା କରାଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସଭା କରାଯାଇଥିଲା। କଳାହାଣ୍ଡି ବିକାଶ ପରିଷଦ ଅଧକ୍ଷ୍ୟା ସୁନୀତି ମୁଣ୍ଡ ଙ୍କ ନେତୃତ୍ୱରେ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।ସେଠାରେ ସମର୍ଥକଙ୍କ ଗହଣରେ ସଭା ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ କଟୁ ସମାଲୋଚନା କରାଯାଇଥିଲା। ବରିଷ୍ଠ ଶ୍ରମିକ ନେତା ବିରଞ୍ଚି ପଣ୍ଡା, ପ୍ରବୀର ଗୋଏଲ ପ୍ରମୁଖ ଉପସ୍ଥିତ ହୋଇ କଳାହାଣ୍ଡିର ବାସ୍ତବ ବିକାଶ ହୋଇ ପାରୁନାହିଁ।ସ୍ଥାନୀୟ ନେତା ଏଥିନେଇ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ କରିଥିଲେ।କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନି ଫଳରେ ହଜାର ହଜାର ଶିକ୍ଷିତ ବେକାର ବିଭିନ୍ନ ରାଜ୍ୟକୁ ଯାଇ ଦାଦନ ଖଟି ନାନା ପ୍ରକାର ନିର୍ଯ୍ୟାତନାର ଶିକାର ହେଉଛନ୍ତି।ଏପଟେ ନାରୀ ନିର୍ଯ୍ୟାତନା, ଦୁର୍ନୀତି ଭ୍ରଷ୍ଟାଚାର ବୃଦ୍ଧିପାଉଛି ।ଏଣୁ କଳାହାଣ୍ଡି ବାସି ଜାଗ୍ରତ ହୋଇ ଏହି ସରକାରଙ୍କୁ ଦୃଢ ଜବାବ ଦେବା ସହ ସଚେତନ ହେବା ଆବଶ୍ୟକ ବୋଲି ଏହି କ୍ରାନ୍ତି ଯାତ୍ରାର ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଦପ୍ରକାଶ ଗୋଏଲ ,ଉପେନ୍ଦ୍ର ପୂଝାରୀ ,କୈଳାସ ଖେମକ ,ବବିତା ବାଗ, ଯଶୋବନ୍ତି ଦଣ୍ଡସେନା ,ସୀତାକାନ୍ତ ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଅଧକ୍ଷ୍ୟା ସୁନୀତି ମୁଣ୍ଡ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଵିଞ୍ଜଧର ଜଳପ୍ରପାତ ଉନ୍ନତିକରଣ ରେ ଦୁର୍ନିତି ର ଗନ୍ଧ ନେଇ ବିଜେପି ଫ୍ୟାକ୍ଟ କମିଟିର ପରିଦର୍ଶନ;ଵ୍ଯାପକ ଦୁନ୍ନିତିର ଗନ୍ଧ ନେଇ ଗର୍ଜିଲା ବିଜେପି; ଡିଏଫଓ ଲୁଚୁଛନ୍ତି; ଫଳକ ଅଛି, ଲେଖା ନାହିଁ;ସ୍ଥାନୀୟ ଶ୍ରମିକଙ୍କୁ କାମ ନାହିଁ

Sunil Chandra Nayak

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!