ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

ନର୍ଲା (ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ଶନିବାର ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଓ ନୂଆପଡ଼ା କେବି ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଦଳ ନୂଆପଡ଼ା କେବି ଦଳ ଠାରୁ ପପୁ ମାଝୀଙ୍କ ହ୍ୟାଟ୍ରିକ ସହ ୪ -୦ ଗୋଲରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଦଳ ପ୍ରଥମ ସେମିଫାଇନାଲରେ ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ଦଳକୁ ଭେଟିବ। ଆଜି ମ୍ୟାଚରେ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଭ୍ୟ ଲିଲି ଦୀପ, ସରପଂଚ ତନୁଜା ହରପାଲ,ମାଣ୍ଡେଲ ସରପଂଚ ପଦ୍ମଲୋଚନ ଜାଲ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ନାୟକ, ସୁରେଶ କୁମାର ନାୟକ ଓ ଛବିଲାଲ ନାୟକ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ରାଉରକେଲା ପ୍ରତିଯୋଗୀଙ୍କ କୃତୀତ୍ବ ହାସଲ

Sunil Chandra Nayak

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

masiha

ଷ୍ଟେଟ଼ ଓପନ୍ ଚାମ୍ପିଆନ୍ ସିପ୍ ରେ ଜୁନାଗଡ କଳା ବିକାଶ କେନ୍ଦ୍ରର ସଫଳତା

masiha

Leave a Comment

error: Content is protected !!