ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

ନର୍ଲା (ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ଶନିବାର ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଓ ନୂଆପଡ଼ା କେବି ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଦଳ ନୂଆପଡ଼ା କେବି ଦଳ ଠାରୁ ପପୁ ମାଝୀଙ୍କ ହ୍ୟାଟ୍ରିକ ସହ ୪ -୦ ଗୋଲରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଦଳ ପ୍ରଥମ ସେମିଫାଇନାଲରେ ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ଦଳକୁ ଭେଟିବ। ଆଜି ମ୍ୟାଚରେ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଭ୍ୟ ଲିଲି ଦୀପ, ସରପଂଚ ତନୁଜା ହରପାଲ,ମାଣ୍ଡେଲ ସରପଂଚ ପଦ୍ମଲୋଚନ ଜାଲ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ନାୟକ, ସୁରେଶ କୁମାର ନାୟକ ଓ ଛବିଲାଲ ନାୟକ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନୟାଗଡ଼ ଚମ୍ପିୟାନ

Sunil Chandra Nayak

ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ:ପ୍ରଶାସନ ଓ ପୋଲିସ ଟିମ ବିଜୟୀ 

masiha

ରାଉରକେଲା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ

masiha

Leave a Comment

error: Content is protected !!