ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବର ରୌପ୍ୟଜୟନ୍ତୀ ଅବସରରେ ଭବ୍ୟ ମଶାଲ ଶୋଭାଯାତ୍ରା

ଜିଲ୍ଲାର ୧୦ଟି ଶକ୍ତିପୀଠରୁ ଆସିଥିବା ମଶାଲକୁ ବିଭିନ୍ନ ସ୍ଥାନରେ ସ୍ବାଗତ….

କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ, ଲୋକକ୍ରୀଡ଼ାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି । ଜାନୁଆରୀ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଭବାନୀପାଟଣା ସ୍ଥିତ ଲାଳବାହାଦୁରଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ଜିଲ୍ଲାର ୧୦ଟି ଐତିହାସିକ ଓ ପବିତ୍ର ତୀର୍ଥସ୍ଥଳରୁ ୧୦ଟି ମଶାଲ ଭବାନୀପାଟଣାରେ ପହଞ୍ଚିଛି ! ବେଲଖଣ୍ଡି ଶିବମନ୍ଦିର, ଉର୍ଲାଦାନୀ ସହିଦ ରେଣ୍ଡୋମାଝୀ ପୀଠ, ମ. ରାମପୁର ଡୋକରୀ ଦେବୀ, ଲାଞ୍ଜିଗଡ଼ ଭୈରବ ପୀଠ, ତାଳଗୁଡ଼ ଡୋକରୀ ଦେବୀ, ଥୁଆମୂଳ ରାମପୁର ମାଣିକେଶ୍ବରୀ, ଆମପାଣି ବୁଢାରଜା, ଜୁନାଗଡ଼ ଲଙ୍କେଶ୍ୱରୀ, ଧର୍ମଗଡ଼ ଭଣ୍ଡାରଘରଣୀ, ସାପସିଲେଟ ଶିବ ମନ୍ଦିର ଭଳି ୧୦ଗୋଟି ପବିତ୍ର ତୀର୍ଥସ୍ଥଳରୁ ଭବାନୀପାଟଣା ସହରରେ ପହଞ୍ଚିବା ପରେ ସହରର ବିଭିନ୍ନ ଛକରେ ଭବ୍ୟ ସ୍ବାଗତ କରାଯାଇଥିଲା ! କଳାହାଣ୍ଡି ଉତ୍ସବ ମଶାଲ ସବ୍ କମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତ୍ରୁତ୍ବରେ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ନୋଡାଲ ଅଫିସର ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କ୍ରୁତି ଅଧିକାରୀ ଅର୍ପିତା ବେହେରା, ନେହରୁ ଯୁବକେନ୍ଦ୍ରର ସଂଯୋଜକ ପ୍ରସନ୍ନ ମେହେର, ଦ୍ବିତୀୟା ବନଛୋର୍, ବିଭିନ୍ନ ବ୍ଲକର ସ୍ବେଚ୍ଛାସେବୀମାନେ ମଶାଲଗୁଡ଼ିକୁ ଘୁମୁରା, ବଜାଶାଲ୍ ସହିତ ଏକ ଶୋଭାଯାତ୍ରାରେ ଗାନ୍ଧୀଛକସ୍ଥିତ ଅସ୍ଥାୟୀ ରହଣୀସ୍ଥଳକୁ ପାଛୋଟି ନେଇଥିଲେ ! ସହରର ବିଭିନ୍ନ ଛକରେ ରାଜନେତା, ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଜଟାଵାଲ ଭଙ୍ଗା ପୋଲ ତଳକୁ ଖସିଲା ବାଇକ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର 

masiha

ରାଇରଙ୍ଗପୁର ସିଭିଲ କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ! ପଂଜିକୃତ ୨୧୨ ଟି ମାମଲାରୁ ୧୩୯ ଟି ତତ୍କାଳ ଫଇସଲା

Sunil Chandra Nayak

Leave a Comment

error: Content is protected !!