ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମକର ସଂକ୍ରାନ୍ତି ପର୍ବ ପାଳନ

ନୂଆପଡା//, ନୂଆପଡା ଜିଲ୍ଲା ଖଡ଼ିଆଳ ୱାର୍ଡ ନଂ ୧୨ ସ୍ଥିତ ଦଧିବାବନ ମନ୍ଦିର ପରିସର ମଧ୍ୟରେ ବ୍ରାହ୍ମଣ ସମାଜ ପକ୍ଷରୁ ମକର ମିଳନ ଉତ୍ସଵ ପାଳିତ ହୋଇ ଯାଇଅଛି । ଏହି ଅବସରରେ ଭଗବାନ ପର୍ଶୁରାମଙ୍କ ପୂଜା ଅମୁସ6 ହୋଇଥିଲା ।ଏଥିରେ ପୂଜା କର୍ତ୍ତା ଭାବରେ ପ୍ରମୋଦ ଠାକୁର ଓ ତାଙ୍କ ଧର୍ମପତ୍ନୀ କଳ୍ପନା ମିଶ୍ର ଦାଇତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବରେ ଗୌରୀ ମୁଣ୍ଡ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ବିଷ୍ଣୁଙ୍କ ସହସ୍ର ନାମ ଜପ ହୋଇଥିଲା । ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ଅକ୍ଷୟ ନନ୍ଦ, ବ୍ରାହ୍ମଣ ସମାଜର ସଭାପତି ଶୈଳେନ୍ଦ୍ର ପାଣିଗ୍ରାହୀ, ଉପ ସଭାପତି ରିଙ୍କୁ ପୁରୋହିତ, ସମ୍ପାଦକ ରିଙ୍କୁ ଠାକୁର, କୋଷାଧ୍ୟକ୍ଷ ରାନୁ ପଣ୍ଡା, ହରେକୃଷ୍ଣ ପାଣିଗ୍ରାହୀ, ସୁନୀଲ ପୁରୋହିତ, ଧନଞ୍ଜୟ ଠାକୁର, ଅମୀୟ ପାଢ଼ୀ, ଦିବ୍ୟ ପଣ୍ଡା, ପ୍ରଦୀପ ମିଶ୍ର, ନିରଞ୍ଜନ ଠାକୁର, ଦିନ ପଣ୍ଡା ସମେତ ବ୍ରାହ୍ମଣ ସମାଜର ଶତାଧିକ ନାଗରିକ ମାନେ ଯୋଗ ଦେଇଥିଲେ । ମକର ସଂକ୍ରାନ୍ତି ଦିନରେ ବନ୍ଧୁତ୍ବ ସମ୍ପର୍କକୁ ଅତି ନିବିଡ଼ କରିବାର ପର୍ବ ବୋଲି ବିବେଚନା କରି ନିଜ ନିଜ ନିଜ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଉଥିବା ସହିତ ଭେଦ ଭାବକୁ ଭୁଲି ଏକତାର ଡୋରୀରେ ଆବଦ୍ଧ ହେବାର ପରମ୍ପରା ଅଟେ । ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

Sunil Chandra Nayak

ବ୍ରହ୍ମବିଦ୍ୟା ବିହଙ୍ଗମ ଯୋଗ ସନ୍ତ ସମାଜର ସ୍ୱର୍ବେଦ ଯାତ୍ରା

Sunil Chandra Nayak

ହରପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!