ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଲପଡା ରେ ମା ପେଡ୍ର।ଣୀ ଙ୍କ ମଣ୍ଡେଇ ଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ

କୋକସରା,୧/୫ //  ମା ପେଣ୍ଡ୍ରାଣୀଙ୍କ ପ୍ରତି ରହିଛି ଜନ ମାନସର ଅଗାଢ଼ ବିଶ୍ୱାସ, ମା ଙ୍କୁ ଯେଉଁ ଭକ୍ତ ଶ୍ରଦ୍ଧା ମନରେ ମାନସିକ ରଖି ଭକ୍ତି ର ସହ ମନସ୍କାମନା କରେ ତାହା ନିଶ୍ଚୟ ପୂରଣ ହୁଏ। କଳାହାଣ୍ଡି ଜିଲ୍ଲା ହେଉଛି ଶକ୍ତି ସ୍ୱରୂପା ଦେବୀଙ୍କ ମାଟି। ଏହି ମାଟିରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ନକଲେ କୌଣସି କାର୍ଯ୍ୟ ସିଦ୍ଧି ହୁଏନାହିଁ। କଳାହାଣ୍ଡି ଜିଲ୍ଲାରେ ଦେବାଦେବୀଙ୍କ ୧୨ ମାସରେ ୧୩ ଯାତ୍ରା ପାଳନ ହେଉଥିବା ବେଳେ କୋକସରା ବ୍ଲକ ମହିମା ପଞ୍ଚାୟତ ମାଲପଡା ଗ୍ରାମର ପ୍ରତକ୍ଷ୍ୟ ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡ୍ରାଣୀଙ୍କ ମହିମା ଅପାର। ପ୍ରତି ୫ ବର୍ଷ ଅନ୍ତରାଲରେ ଦେବୀଙ୍କ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ଶନିବାର ଅଧିବାସ ସହ ରବିବାର ଦେବୀଙ୍କ ମଣ୍ଡେଇ ଯାତ୍ରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଦେବୀଙ୍କ ପ୍ରତି ଭକ୍ତଙ୍କ ଅଗାଢ଼ ବିଶ୍ବାସ ଓ ଶ୍ରଦ୍ଧା ରହିଥିବା ବେଳେ ମଣ୍ଡେଇ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ମା ପେଣ୍ଡ୍ରାଣୀଙ୍କ ମୁଖ୍ୟ ପୀଠ ନବରଙ୍ଗପୁର ଜିଲ୍ଲାର ଥାଟବେଡା ହୋଇଥିବା ବେଳେ ସେଠାରୁ ଦେବୀଙ୍କୁ ଆଣି ମାଲପଡା ଗ୍ରାମରେ ପ୍ରତିଷ୍ଠା କରାଯାଇଛି। ଦେବୀଙ୍କ ମୁଖ୍ୟ ପୂଜକ ଭଗବାନ ଧ. ମାଝୀ ଏହି ମଣ୍ଡେଇ ଯାତ୍ରାର ମୁଖ୍ୟ ପୁରୋଧା। ଏହି ମଣ୍ଡେଇ ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୨୦୦ ଖଣ୍ଡ ଗ୍ରାମରୁ ନିମନ୍ତ୍ରିତ ଦେବାଦେବୀଙ୍କ ଲାଠିକୁର୍ଚ୍ଚି ଆସି ଏକତ୍ରିତ ହୋଇଥିଲେ। ମା ପେଣ୍ଡ୍ରାଣୀ ଦେବୀଙ୍କ ମହିମା ଅପାର, ବିଭିନ୍ନ କ୍ଳେଶ, ଦୁଃଖ ରୋଗରେ ପୀଡିତ ମାନେ ଦେବୀଙ୍କ କରୁଣାରୁ ଆରୋଗ୍ୟ ଲାଭ କରି ଦେବୀଙ୍କ ମଣ୍ଡେଇ ଯାତ୍ରା ସମୟରେ ମାନସିକ ପୂରଣ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏମିତିକି ସୁଦୁର ମହାରାଷ୍ଟ୍ର ରାଜ୍ୟରୁ ବହୁ ସଂଖ୍ୟକ ମାନସିକ ଧାରୀ ଭକ୍ତ ଦେବୀଙ୍କ ଶରଣାପନ୍ନ ହୋଇ ଦେବୀଙ୍କ ମଣ୍ଡେଇ ଯାତ୍ରାରେ ଭକ୍ତିପୂତ ପ୍ରାର୍ଥନା ଜଣାଇବାକୁ ଆସିଛନ୍ତି। ସୋମବାର ଦେବୀଙ୍କ ମଣ୍ଡେଇ ଯାତ୍ରାର ସମାପନ ହେବ। ଭକ୍ତ ମାନେ ଦେବୀଙ୍କ ନିକଟରେ ଶୁକ୍ଳ ଭୋଗ ସହ ମାନସିକଧାରୀ ଭକ୍ତ ମାନେ ମା ଙ୍କ ନିକଟରେ ରକ୍ତ ଭୋଗ ମଧ୍ୟ ଅର୍ପଣ କରନ୍ତି। ମାଲପଡା ଗ୍ରାମ୍ୟ କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦେବୀଙ୍କ ଦର୍ଶନ ପାଇଁ ବ୍ୟାପକ ଭାବେ ବ୍ୟବସ୍ଥା କରାଯାଇଥିଲା। ଆମପାଣି ଥାନା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଥିଲା। ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ସଭାପତି ଧନବଲ ବାଣୁଆ, କାର୍ଯ୍ୟକାରୀ ସଭାପତି, ଗରୁଡ଼ ଧ୍ଵଜ ମାଝୀ, ଉପ ସଭାପତି ଭଗବାନ ଧ. ମାଝୀ, ସମ୍ପାଦକ ଥବିର ପ୍ରସାଦ ବାଣୁଆ, ଦେବୀଙ୍କ ମୁଖ୍ୟ ପୁଜକ ପବିତ୍ର ଧ. ମାଝୀ, ଶିରା କେଶରୀ ଧ. ମାଝୀ ଓ ମହିମା ପଞ୍ଚାୟତ ମାଲପଡା ଅଞ୍ଚଳର ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

masiha

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

Sunil Chandra Nayak

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

Sunil Chandra Nayak

Leave a Comment

error: Content is protected !!