ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

ନର୍ଲା, (ମସିହା ) କଲାହାଣ୍ଡି ଜିଲ୍ଲା ନର୍ଲା  ବ୍ଳକ ରୁପ୍ରାରୋଡ ପଞ୍ଚାୟତ ଲାଖଗୁଡା ଗ୍ରାମ ନିକଟରେ ଏକ ପିଚୁ ପ୍ଳାଣ୍ଟ ପ୍ରାୟ ଚାରି ବର୍ଷରୁ ଅଧିକ ହେବ ପୁଚୁ ତିଆରି କରି ନିଜ ଠିକା କାମ ସହିତ ଅନ୍ୟଙ୍କୁ ବିକି ବ୍ୟବସାୟ କରୁଛନ୍ତି ଜଣେ ଠିକାଦାର ନାମ ହେଉଛି ଲାଠୋର ଆକାଶ ଅଗ୍ରବାଲ । ପରିପାର୍ଶ୍ୱିକ ଦ୍ରୁଷ୍ଟିରୁ ପ୍ଳାଣ୍ଟକୁ ଲାଗି ଲାଖଗୁଡା ଗ୍ରାମ, ସମ୍ମୁଖରେ ସାନ୍ଦୁଲ ନଦୀ,ନିକଟରେ ଐତିହ ଦୁର୍ଗ ଅସୁରଗଡ ,50ଫୁଟ ଦୁରତ୍ୱରେ ମୁଖ୍ୟ ରାସ୍ତା ଯାହାକି ପିଚୁ ପ୍ଲାଣ୍ଟ ହେବାପାଇ ଯୋଗ୍ୟ ନୁୁହେଁ  ହେଲେ ତିନିରୁ ଚାରି ବର୍ଷ ହେବ ସ୍ଥାନୀୟ ଲୋକେ ଏହାପ୍ରତି ଆପତି କଲେ ମଧ୍ୟ କେହି ଶୁଣୁ ନାହାନ୍ତି ଯାହାକି ଏକ ବାହୁବଳିର ଛତ୍ର ଛାୟାରେ ଚାଲିଛି ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଏହି ପ୍ଳାଣ୍ଟରୁ ନିର୍ଗତ ଧୂଆଁ ଯୋଗୁ ଦୁର୍ଗନ୍ଧ ଓ ଅନ୍ଧାର ଯୋଗୁ ଲୋକେ ଅତିଷ୍ଠ ହୋଇ ପଡିଥିବା ବେଳେ ପ୍ଳାଣ୍ଟରେ ଗଛିତ ଥିବା ବଜ୍ରି ଓ ଡଷ୍ଟ ଉଡି ଲୋକଙ୍କ ନାକ,କାନ,ଆଖିରେ ପଡି ଲୋକେ ରୋଗାକ୍ରାନ୍ତ ସହିତ ଚାଷ ଜମି ନଷ୍ଟ ହେବାକୁ ଲାଗିଛି ଏହା ନେଇ ସ୍ଥାନୀୟ ଲୋକେ ଅତିଶିଘ୍ର ଜିଲ୍ଲାପାଲଙ୍କୂ ଜଣେଇବେ ନଚେତ ନିଜର ଅଧିକାର ପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ 

masiha

ଚନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!