ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ବ୍ଳକ ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଶେଷ

ଡାବୁଗାଁ ବ୍ଳକ ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଶେଷ

ଡାବୁଗାଁ, ୧/୬ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ରେ ଥିବା ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଶେଷ ହୋଇଛି l ଏହି ଅବସରରେ ଶନିବାର ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା, ମଣ୍ଡଳାଦି ପୂଜନ, ମହାସ୍ନାନ,ପ୍ରସାଦ ଅଧିବାସ, ଧନ୍ୟାଧିବାସ ଶୟନାଧିବାସ, ନ୍ୟାସଙ୍ଗ ହୋମ,ପ୍ରାଣ ପ୍ରତିଷ୍ଠା, ମହାସ୍ନାନ ଉତ୍ସବରେ ପୂଜକ ମା ଙ୍କୁ ସୁସ୍ପଷ୍ଟ ମନ୍ତ୍ର ଧ୍ୱନି ସହ ସୁଗନ୍ଧିତ ଜଳରେ ସ୍ନାନ କରାଇବା ପରେ ମା ମଙ୍ଗଳାଙ୍କୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ସ୍ନାନ କରାଇଥିଲେ l ରବିବାର ଦିନ ରତ୍ନଗର୍ଭ ପ୍ରତିଷ୍ଠା, ଇନ୍ଦ୍ର ଇନ୍ଦ୍ରାଣୀ ସ୍ଥାପନ, ରତ୍ନ ମୁଦ, ଯୁଗ ସ୍ଥାପନ, ଧ୍ଵଜ ଭ୍ରମଣ, ବିଗ୍ରହାଦି ସ୍ଥାପନ ଓ ଶେଷରେ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଇଥିଲା | କର୍ତ୍ତା ଭାବେ ଦେବୀ ରଥ ଓ ତାଙ୍କ ସହଧର୍ମିଣୀ ଦୀପା ରଥ କାର୍ଯ୍ୟ ନିର୍ବାହ କରିଥିଲେ | ପୂଜା କମିଟି ର ସଭାପତି ଗେଦୁ ପଟ୍ଟନାୟକ, ଉପ ସଭାପତି ଜିତେନ୍ଦ୍ର କୁମାର ମାଝୀ, ସମ୍ପାଦକ ପ୍ରଦୀପ କୁମାର ପାଢୀ, ସହସମ୍ପାଦକ ପି. ସୁବୁଦ୍ଧି ରାଓ, କୋଷାଧ୍ୟକ୍ଷ କାମେଶ୍ଵର ରାଓ, ଶ୍ରୀଧର ବିଶୋୟୀ, ସଞ୍ଜୟ ଶତପଥୀ, ଦୁଲଭ ଗୌଡ, ପିଣ୍ଟୁ ପରିଛା, ରମେଶ ପଟ୍ଟନାୟକ, ରାମ ଜେନା, ରଘୁ ବିଶୋୟୀ, ଗଣେଶ ବିଶୋୟୀ, ମୋହନ ପରିଛା,ମୋହନ ଖିଲ,ଉଦୟ ସିଂ, ପି ଭୈରବ ରାଓ ପ୍ରମୂଖ ଅନ୍ୟ ଭଦ୍ରବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେଇ ସହଯୋଗ କରିଥିଲେ l ସମସ୍ତ ପୂଜା କାର୍ଯ୍ୟରେ ମୁଖ୍ୟ ପୂଜକ ମୁଖ୍ୟ ପୂଜକ ଯାମିନୀ କାନ୍ତ ମହାପାତ୍ର, ରଜନୀକାନ୍ତ ନନ୍ଦ,ମୁକେଶ୍ଵର ପାତ୍ରଙ୍କ ସମେତ ଶିଶିର ପାତ୍ର ଓ ହୃଷିକେଶ ପାତ୍ର ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ଗାୟତ୍ରୀଶକ୍ତି ପିଠରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଧରାକୋଟ ରେ ରାମ ଚରିତ ମାନସ

masiha

କୋଦୋ ଭଟା ଓ ଖନାତରାରେ ଗାୟତ୍ରୀ ଯଜ୍ଞ ପାଇଁ ଶହ ଶହ ମହିଳାଙ୍କ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!