ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ ହୋଇଯାଇଅଛି। ଦୁଇ ଦେବୀଙ୍କ ଛତ୍ରିଆ ମାନେ ଘର ଘର ବୁଲି ନଗର ପରିକ୍ରମା କରିବା ପରେ ନୂତନ ଶସ୍ୟ ଧାନ ଖେଡ ଏବଂ ନୂତନ ଧାନ ଚୂଡା ରାଜ ପରିବାର ରୁ ଆସିଥାଏ । ଦେବ ଦେବ ସିଂ ଦେଓ ଯୋଗ ଦେଇ ମାଁ ଙ୍କୁ ଭୋଗ ଲଗାଇବାରେ ସହଯୋଗ କରିଥିଲେ । ଭାଦ୍ରବ ଚତୁର୍ଥୀ ଦିନ ଅଧିଷ୍ଠାତ୍ରୀ ଦେବୀ ଏବଂ ଗଡ ରକ୍ଷକ ଦେବୀଙ୍କୁ ଭୋଗ ଲଗାଇଥିଲେ। ରାତ୍ର ଆଠ ଘଣ୍ଟା ରେ ଦୁଇ ଦେବୀ ଙ୍କୁ ନୂତନ ଶସ୍ୟ ଭୋଗ ଲାଗିବା ପରେ , ଭାଦ୍ରବ ପଞ୍ଚମୀ ଦିନ ସମଗ୍ର ଅଞ୍ଚଳ ବାସୀ ୯.୪୦ ମିନିଟ ରୁ ୧୦.୧୨ ମିନିଟ ମଧ୍ୟରେ ନବାର୍ଣ୍ଣ ଖାଇବେ। ଅଞ୍ଚଳ ରେ ପର୍ବ ପାଳନ ନେଇ ହର୍ଷ ଉଲ୍ଲାସ ଥିବା ବେଳେ ପରିବାର ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳୁଛି। ଦୁଇ ଦେବୀଙ୍କୁ ନୂଆଁଖାଇ ପର୍ବ ପାଳିତ ହୋଇଯାଇଅଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଜୟପାଟଣା ରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

Sunil Chandra Nayak

ଗୋତୋମୁଣ୍ଡା ଠାରେ ମା ସର୍ଵ ମଙ୍ଗଳାଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!