ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ ହୋଇଯାଇଅଛି। ଦୁଇ ଦେବୀଙ୍କ ଛତ୍ରିଆ ମାନେ ଘର ଘର ବୁଲି ନଗର ପରିକ୍ରମା କରିବା ପରେ ନୂତନ ଶସ୍ୟ ଧାନ ଖେଡ ଏବଂ ନୂତନ ଧାନ ଚୂଡା ରାଜ ପରିବାର ରୁ ଆସିଥାଏ । ଦେବ ଦେବ ସିଂ ଦେଓ ଯୋଗ ଦେଇ ମାଁ ଙ୍କୁ ଭୋଗ ଲଗାଇବାରେ ସହଯୋଗ କରିଥିଲେ । ଭାଦ୍ରବ ଚତୁର୍ଥୀ ଦିନ ଅଧିଷ୍ଠାତ୍ରୀ ଦେବୀ ଏବଂ ଗଡ ରକ୍ଷକ ଦେବୀଙ୍କୁ ଭୋଗ ଲଗାଇଥିଲେ। ରାତ୍ର ଆଠ ଘଣ୍ଟା ରେ ଦୁଇ ଦେବୀ ଙ୍କୁ ନୂତନ ଶସ୍ୟ ଭୋଗ ଲାଗିବା ପରେ , ଭାଦ୍ରବ ପଞ୍ଚମୀ ଦିନ ସମଗ୍ର ଅଞ୍ଚଳ ବାସୀ ୯.୪୦ ମିନିଟ ରୁ ୧୦.୧୨ ମିନିଟ ମଧ୍ୟରେ ନବାର୍ଣ୍ଣ ଖାଇବେ। ଅଞ୍ଚଳ ରେ ପର୍ବ ପାଳନ ନେଇ ହର୍ଷ ଉଲ୍ଲାସ ଥିବା ବେଳେ ପରିବାର ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳୁଛି। ଦୁଇ ଦେବୀଙ୍କୁ ନୂଆଁଖାଇ ପର୍ବ ପାଳିତ ହୋଇଯାଇଅଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

ଆଜି ପବିତ୍ର ଶ୍ରୀରାମ ନବମୀ , ଚଳଚଞ୍ଚଳ ଦେଶର ରାମ ମନ୍ଦିର

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ… ମହା ସପ୍ତମୀ ଦିନ ମା ଙ୍କ ପ୍ରତିଷ୍ଠା ଦିବସ ଉତ୍ସବର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

Sunil Chandra Nayak

Leave a Comment

error: Content is protected !!