ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

ଡାବୁଗାଁ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

ଡାବୁଗାଁ, ୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ସ୍ଥାନ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରେ ଶନିବାର ଧୂମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି | ଆଜି ସକାଳୁ ଛାତ୍ରୀ ଛାତ୍ର ମାନେ ମହା ଆନନ୍ଦରେ ନୂତନ ବସ୍ତ୍ର ପରିଧାନକରି କରି ହାତରେ ପୂଜା ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା | ପୂଜା ସାରି ପିଲାମାନ ଆନନ୍ଦରେ ପ୍ରସାଦ ଧରି ଘରକୁ ଫେରିଥିଲେ | ଏହାସହ ବିଭିନ୍ନ ଗ୍ରାମ, ସାହି ରେ ମହାସମାରୋହରେ ଅଗ୍ରପୂଜ୍ୟ ଗଣେଶ ପୂଜା ପାଉଛନ୍ତି | ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ, ଡ଼ଙ୍ଗରିଗୁଡା ଗ୍ରାମ ସହ ଜୟନ୍ତୀ ନଗର ଠାରେ ହୋଇଥିବା ସୁନ୍ଦର ଓ ବଡ ଗଣେଶ ମୂର୍ତ୍ତି ସହ ବିଭିନ୍ନ ସାଜସଜା ଓ ରଙ୍ଗବେରଙ୍ଗ ର ଆଲୋକ ମାଳାରେ ପୂଜା ମଣ୍ଡପ ବେଶ ଆକର୍ଷଣ ହୋଇଥିଲା | ପୂଜା ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତ ମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାନ୍ଦୁଲ ଝର ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ପରମ୍ପରା ଓ ଧର୍ମବିଶ୍ଵାସ…  ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା ଶେଷ….

masiha

ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ

masiha

Leave a Comment

error: Content is protected !!