ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହରପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ତିର୍ତ୍ତୋଲ :-11/03/23:-ପୃଥିବୀ କୁ କରୋନା ମହାମାରୀ ପରି ବିଭିନ୍ନ ରକମର ଭୟଙ୍କର ବିପତ୍ତି ମାଡିଆସୁଥିବା ବେଳେ, ଜନ ମାନସ ରୁ ଭୟ ଦୂରକରି,ଏହାର ନିରାକରଣ ପାଇଁ ବିଭିନ୍ନ ସ୍ଥାନରେ ଧାର୍ମିକ ସ୍ଥଳୀମାନ ନିର୍ମାଣ କରାଯାଇ ଦେବା ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି | ଅଦ୍ୟଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଥ ତିଥି ରେ, ଜଗତସିଂହପୁର ଜିଲ୍ଲାସ୍ଥିତ ତିର୍ତ୍ତୋଲଥାନା ଅନ୍ତର୍ଗତ ଦାଇଁଲୋ ଗ୍ରାମରେ ଥିବା ବୈଦେଶ୍ଵର ଶିବ ମନ୍ଦିର ମଧ୍ୟରେ ହରପର୍ବତୀ ଙ୍କ ବିଗ୍ରହ ପ୍ରତିଷ୍ଠା ତ୍ରିଦିନାତ୍ମକ ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହେଉଅଛି | ଏହି ବୈଦିକ କାର୍ଯ୍ୟରେ ମନ୍ଦିରର ବୟୋଜ୍ୟେଷ୍ଠ ପୂଜାରୀ ଶ୍ରୀ ଗଙ୍ଗାଧର ପଣ୍ଡା ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଲତିକା ଦେବୀ, ଜ୍ୟେଷ୍ଠପୁତ୍ର ଶ୍ରୀ କାର୍ତ୍ତିକ ଚରଣ ପଣ୍ଡା ଓ ପୁତ୍ରବଧୂ ନଳିନୀ ପ୍ରଭା ପଣ୍ଡା ଵିଗ୍ରହ ପ୍ରତିଷ୍ଠାର ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ | ଗ୍ରାମର ସମସ୍ତ ଭକ୍ତ ବୃନ୍ଦ ଙ୍କ ଅକୁଣ୍ଠିତ ସାହାଯ୍ୟ ସହଯୋଗ ଏବଂ ପଣ୍ଡିତ ଶ୍ରୀ ଅନିରୁଦ୍ଧ ପତିଶର୍ମା, ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ନାଥ ମିଶ୍ର ଶର୍ମା , ସତ୍ୟାନନ୍ଦ ଶତପଥୀ ଙ୍କ ବେଦ ଧ୍ଵନି ରେ ଯଜ୍ଞ ଉତ୍ସବ ମୁଖରିତ ହୋଇଉଠିଥିଲା | ଗ୍ରାମର ବର୍ଷିୟାନ ପଣ୍ଡିତ ଶ୍ରୀ ଲଷ୍ମୀଧର କରଶର୍ମା , ମଣ୍ଟୁଚରଣ କରଶର୍ମା , ବୈଦ୍ୟନାଥ ପଣ୍ଡା ଏବଂ ନରେନ୍ଦ୍ର କୁମାର କରଶର୍ମା , ଅଭୟ ଚରଣ ଦାଶ ଶର୍ମା, ପଣ୍ଡିତ ଶ୍ରୀ ଗାଲେଖ ବିହାରୀ କରଶର୍ମା , ବିରଞ୍ଚି ନାରାୟଣ କରଶର୍ମା , ପ୍ରମୋଦ ପଣ୍ଡା ଙ୍କ ସାହାଯ୍ୟ ସହଯୋଗ ଏବଂ ସଂକୀର୍ତ୍ତନର ସୁର ତାଳରେ ଗ୍ରାମର ଉତ୍ସବ ମୁଖରିତ ହୋଇଥିଲା |ନୂତନ ବିଗ୍ରହ ସ୍ଥାପନ ପରିପ୍ରେକ୍ଷୀରେ ଵିଗ୍ରହ ଦାତା ବହୁତ ଖୁସିରେ ଚାରିଜଣ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ରାମ ନବମୀ ଧୁମ ଧାମ ରେ ପାଳିତ। ଭବ୍ୟ ଶୋଭା ଯାତ୍ରା ଆୟୋଜିତ

Sunil Chandra Nayak

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

masiha

Leave a Comment

error: Content is protected !!