ତିର୍ତ୍ତୋଲ :-11/03/23:-ପୃଥିବୀ କୁ କରୋନା ମହାମାରୀ ପରି ବିଭିନ୍ନ ରକମର ଭୟଙ୍କର ବିପତ୍ତି ମାଡିଆସୁଥିବା ବେଳେ, ଜନ ମାନସ ରୁ ଭୟ ଦୂରକରି,ଏହାର ନିରାକରଣ ପାଇଁ ବିଭିନ୍ନ ସ୍ଥାନରେ ଧାର୍ମିକ ସ୍ଥଳୀମାନ ନିର୍ମାଣ କରାଯାଇ ଦେବା ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି | ଅଦ୍ୟଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଥ ତିଥି ରେ, ଜଗତସିଂହପୁର ଜିଲ୍ଲାସ୍ଥିତ ତିର୍ତ୍ତୋଲଥାନା ଅନ୍ତର୍ଗତ ଦାଇଁଲୋ ଗ୍ରାମରେ ଥିବା ବୈଦେଶ୍ଵର ଶିବ ମନ୍ଦିର ମଧ୍ୟରେ ହରପର୍ବତୀ ଙ୍କ ବିଗ୍ରହ ପ୍ରତିଷ୍ଠା ତ୍ରିଦିନାତ୍ମକ ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହେଉଅଛି | ଏହି ବୈଦିକ କାର୍ଯ୍ୟରେ ମନ୍ଦିରର ବୟୋଜ୍ୟେଷ୍ଠ ପୂଜାରୀ ଶ୍ରୀ ଗଙ୍ଗାଧର ପଣ୍ଡା ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଲତିକା ଦେବୀ, ଜ୍ୟେଷ୍ଠପୁତ୍ର ଶ୍ରୀ କାର୍ତ୍ତିକ ଚରଣ ପଣ୍ଡା ଓ ପୁତ୍ରବଧୂ ନଳିନୀ ପ୍ରଭା ପଣ୍ଡା ଵିଗ୍ରହ ପ୍ରତିଷ୍ଠାର ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ | ଗ୍ରାମର ସମସ୍ତ ଭକ୍ତ ବୃନ୍ଦ ଙ୍କ ଅକୁଣ୍ଠିତ ସାହାଯ୍ୟ ସହଯୋଗ ଏବଂ ପଣ୍ଡିତ ଶ୍ରୀ ଅନିରୁଦ୍ଧ ପତିଶର୍ମା, ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ନାଥ ମିଶ୍ର ଶର୍ମା , ସତ୍ୟାନନ୍ଦ ଶତପଥୀ ଙ୍କ ବେଦ ଧ୍ଵନି ରେ ଯଜ୍ଞ ଉତ୍ସବ ମୁଖରିତ ହୋଇଉଠିଥିଲା | ଗ୍ରାମର ବର୍ଷିୟାନ ପଣ୍ଡିତ ଶ୍ରୀ ଲଷ୍ମୀଧର କରଶର୍ମା , ମଣ୍ଟୁଚରଣ କରଶର୍ମା , ବୈଦ୍ୟନାଥ ପଣ୍ଡା ଏବଂ ନରେନ୍ଦ୍ର କୁମାର କରଶର୍ମା , ଅଭୟ ଚରଣ ଦାଶ ଶର୍ମା, ପଣ୍ଡିତ ଶ୍ରୀ ଗାଲେଖ ବିହାରୀ କରଶର୍ମା , ବିରଞ୍ଚି ନାରାୟଣ କରଶର୍ମା , ପ୍ରମୋଦ ପଣ୍ଡା ଙ୍କ ସାହାଯ୍ୟ ସହଯୋଗ ଏବଂ ସଂକୀର୍ତ୍ତନର ସୁର ତାଳରେ ଗ୍ରାମର ଉତ୍ସବ ମୁଖରିତ ହୋଇଥିଲା |ନୂତନ ବିଗ୍ରହ ସ୍ଥାପନ ପରିପ୍ରେକ୍ଷୀରେ ଵିଗ୍ରହ ଦାତା ବହୁତ ଖୁସିରେ ଚାରିଜଣ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ !
previous post