ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାହାଲି ବୟହା ମିଲନ ସଂଘ ପକ୍ଷରୁ ବାର୍ଷିକ କ୍ରିଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ମୟୂରଭଞ୍ଜ:- ୧୧/୦୩/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଠାକୁରବାଡି ଗ୍ରାମରେ ମାହାଲି ବୟହା ମିଲନ ସଂଘ ପକ୍ଷରୁ ଷଷ୍ଠ’ ତମ ବାର୍ଷିକ କ୍ରିଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି।

    ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ କ୍ରିଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ଗିଦିଘାଟୀ ସରପଞ୍ଚ ସାଲ୍ହାଇ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବାବାତିଲକା ପାଠାଗାର ପ୍ରତିଷ୍ଠାତା ତଥା ସମ୍ପାଦକ ରାମଦାସ ମୁର୍ମୁ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବହଳଦା ବିଧାୟକ ଖେଲାରାମ ମାହାଲି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଡୁମନୀ ମାହାଲି, ମାନବଧିକାର କର୍ମୀ ପିତାମ୍ବର ମୁର୍ମୁ, ସାମ୍ବାଦିକ ତଥା ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ, ସାମ୍ବାଦିକ ଦିନେଶ ମହାନ୍ତ, ଲାଲମୋହନ ବେଶ୍ରା, ଦିନେଶ ମାହାଲି, ସଂଗଠନ ସଭାପତି ବାୟା ମାହାଲି ଓ ସୁଲୁରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଦୁଇ ଦିନ ଧରି ବାଳକ, ବାଳିକା ତଥା ବୟସ୍କ ପୁରୁଷ ଓ ମହିଳା’ଙ୍କ ଆକର୍ଷଣୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶେଷ ଦିବସରେ ଆଦିବାସୀ ପଲ୍ଲୀନୃତ୍ୟରେ ଭାଗ ନେଇଥିବା ବିଭିନ୍ନ ଦଳ ମଧ୍ୟରୁ ସାର ସାଗୁନ୍ ସାରନା ସେମଲେଦ କ୍ଲବ ପଡା ଚାକଡି ସାନ୍ତାଳୀ ପଲ୍ଲୀ ନୃତ୍ୟ ଦଳକୁ ପ୍ରଥମ ପୁରସ୍କାର, ସାରନା ଯୁମିଦ କ୍ଲବ ଲାଣ୍ଢୁଆ ସାନ୍ତାଳୀ ପଲ୍ଲୀନୃତ୍ୟ ଦଳକୁ ଦ୍ବିତୀୟ ଏବଂ ନେସା ନ୍ୟୁ ବଏଜ୍ କ୍ଲବ ବାଲିଆଢିପା ଗ୍ରାମର ହୋ ସୁସୁନ୍ ଦଳ କୁ ତୃତୀୟ ପୁରସ୍କାର ପ୍ରଦାନ କରା ଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

masiha

ତେରେସିଂହା କପ୍ ଫୁଟବଲ୍: ଫାଇନାଲରେ ମହିପୁର 

Sunil Chandra Nayak

Leave a Comment

error: Content is protected !!