ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ, ଭାରୋତ୍ତୋଳନ ଓ ଯୋଗାସନ ପ୍ରତିଯୋଗିତା

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ, ଭାରୋତ୍ତୋଳନ ଓ ଯୋଗାସନ ପ୍ରତିଯୋଗିତା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଏଲ୍‌.ବି. ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ, ଭାରୋତ୍ତୋଳନ ଓ ଯୋଗାସନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତ୍‌ମାନେ ଯୋଗଦେଇଛନ୍ତି।

କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଡିପିଇଓ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂହ ରାଉତ ଉପସ୍ଥିତ ରହି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ।

କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହ ପ୍ରତିଭା ଅନ୍ୱେଷଣ ଏବଂ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଲଇତରା କୁ ହରାଇ ଡଙ୍ଗାପଟା ଚାମ୍ପିଅନ

masiha

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!