ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲର ଫାଇନାଲକୁ ପ୍ରବେଶ

 ‌‌‌‌‌‌‌‌‌ନର୍ଲା-(ମନିସ) ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ ରବିବାର ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଓ କଳାହାଣ୍ଡି ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଓ ବଲାଙ୍ଗୀର ଉଭୟ ଦଳ ୦-୧ଓ ୦୧ ଗୋଲରେ ବରାବର ହୋଇ ପୁଣି ନିର୍ଧାରିତ ସମୟ ମଧ୍ୟରେ ଟ୍ରାଇବ୍ରେକର ଜରିଆରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ୩-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ବିଶିଷ୍ଟ ଶିଳ୍ପପତି ବିମଳ କେଡିଆ, କ୍ରୀଡା ଶିକ୍ଷକ ନିର୍ମଳ ନାଏକ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳଟିକୁ ନବୀନ ନାଏକ ପରିଚାଳନା କରିଥିବା ବେଳେ ସନ୍ତୋଷ ନାଏକ ଓ ସୁରେଶ ନାଏକ ସହଯୋଗ ପ୍ରଦାନ କରିଥିଲେ। ଆସନ୍ତା କାଲି କନ୍ଧମାଳ ଓ ବୈ।ଦ୍ଧ ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହେବାର ସୂଚନା ରହିଛି।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ବାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

Sunil Chandra Nayak

ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ 

masiha

Leave a Comment

error: Content is protected !!