ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

ଜୁନାଗଡ଼ ୨୫/୧ ( ମ ନି ସ ) ଜୁନାଗଡ଼ ସ୍ଥିତ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି ।ଉଦଘାଟିତ ଦିବସରେ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ଲ।ୟନ ମାଣିକ ଚାନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡ଼ାର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ରୁଦ୍ର ନାରାୟଣ ବେହେରା ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏହି ବାର୍ଷିକ କ୍ରୀଡା ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା ।ଏଥିରେ ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ ।ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ କଲେଜ ଅଧକ୍ଷ। ପ୍ରିୟ ମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବି ଇ ଓ ତପନ କୁମାର ମାଝି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦୁଃଖି ଶ୍ୟାମ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ରାଉରକେଲା ଫାଇନାଲକୁ ଉନ୍ନିତ

Sunil Chandra Nayak

ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

masiha

Leave a Comment

error: Content is protected !!