ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା 

୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା 

କନ୍ଧମାଳ, ତା, ୨୫/୦୧:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ଏକ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ରୀନା ପ୍ରଧାନ ଓ ଏସଡିପିଓ ରାମେନ୍ଦ୍ର ପ୍ରସାଦ, ପିଏଆଇଟିଡିଏ ଗଦାଧର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ସ୍ଥାନୀୟ ଆଇଟିଡିଏ ପ୍ରଦତ୍ତ ଧଳା ଟି-ସାର୍ଟ କୁ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ପ୍ରଦାନ କରିଥିଲେ l ଏହି ପ୍ରତିଯୋଗିତା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ l ଏଥିରେ ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

Sunil Chandra Nayak

ରୁପ୍ରା ରୋଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ 2 କଳା ପ୍ରଥମ ବର୍ଷ ପ୍ରବେଶିକା ଉତ୍ସବ ପାଳିତ 

masiha

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରି ଫଟୋଚିତ୍ର ପ୍ରଦର୍ଶନୀ, ଦସ୍ତଖତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!