ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ମ୍ୟାଚରେ ନବରଙ୍ଗପୁର ଜିଲାର ଦମଦାର ପ୍ରଦର୍ଶନ ଜାରି 

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ମ୍ୟାଚରେ ନବରଙ୍ଗପୁର ଜିଲାର ଦମଦାର ପ୍ରଦର୍ଶନ ଜାରି 

ନବରଙ୍ଗପୁର:(୨୯|୯)(ରବି ନାରାୟଣ ମହାନ୍ତି)ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ସୁନ୍ଦରଗଡ ଠାରେ ଚାଲିଥିବା ୬୩ ତମ ଆନ୍ତ ଜିଲ୍ଲା ସାହାଣୀ କପର ନିଜର ପ୍ରାରମ୍ଭିକ ମ୍ୟାଚରେ ନବରଙ୍ଗପୁର ଜିଲ୍ଲା ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ନିଜର ପ୍ରଥମ ମ୍ୟାଚରେ ଗଜପତି ଜିଲ୍ଲା ଦଳ ସହ ଖେଳି ଏକତରଫା ଭାବେ ୧୦ ଗୋଟି ଗୋଲ ଦେଇ ବିଜୟ ହାସଲ କରିବା ପରେ ଅନ୍ୟ ଏକ ଲିଗ ମ୍ୟାଚ ରେ ନବରଙ୍ଗପୁର ଜିଲ୍ଲା ଦଳ ନୟାଗଡ ଦଳକୁ ୭/୩ ଗୋଲ ବ୍ଯବଧାନରେ ବିଜୟ ହାସଲ କରି ନିଜ ଗ୍ରୁପ୍ରର ଦୁତୀୟ ସ୍ଥାନ ହାସଲ କରିଛନ୍ତି । ନବରଙ୍ଗପୁର ଦଳ ପକ୍ଷରୁ ପିଣ୍ଟୁ ସାନ୍ତା ୪ ଗୋଟି ଗୋଲ ମାରିଥିବା ବେଳେ ମିଥୁନ ସାନ୍ତା , ଜଗବନ୍ଧୁ ସାନ୍ତା ଏବଂ ପ୍ରେମ ପିୟୁଷ ବାଘ ପ୍ରତ୍ୟେକ ଗୋଟାଏ ଲେଖାଏଁ ଗୋଲ ମାରିଛନ୍ତି । ନବରଙ୍ଗପୁର ଦଳ ପକ୍ଷରୁ ୪ ଗୋଟି ଗୋଲ ମାରିଥିବା ପିଣ୍ଟୁ ସାନ୍ତାଙ୍କୁ ଶ୍ରେଷ୍ଟ ଖେଳାଳି ଭାବରେ ବିବେଚନା କରାଯାଇଥିଲା ଏବଂ ଏଇ ବାବଦରେ ୨୦୦୦ ଟଙ୍କା ର ପୁରସ୍କାର ରାଶି ଦିଆଯାଇଛି । ଏହି ସଫଳତା ପାଇବା ପରେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ,ଉପ ସଭାପତି ଏମ. ବାଲାକ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୈକୁଣ୍ଠ,ସଂଘର ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ଦିନରେ ଖେଳକୁଦ ସହିତ ଆକର୍ଷଣ ହେଲା ରସି ଟଣା ଖେଳ 

masiha

ପୁରୁଷ ହକି ବିଶ୍ଵକପ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୟପୁର କୁ ହରାଇ ବରଗଡ ବିଜୟୀ 

masiha

Leave a Comment

error: Content is protected !!