ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ -୧୫/୦୧- ( ହୃଦାନନ୍ଦ ମେହେର )- ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ବୀରନରସିଂପୁର ପଞ୍ଚାୟତ ଦୂମୁରୀମୁଣ୍ଡା ସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମନ୍ଦିର ମୁଖ୍ୟ ପ୍ରତିଷ୍ଠାତା ଧରଣୀଧର ମେଣ୍ଡିଲି ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଶ୍ରୀ ଶ୍ରୀ ଅଖଣ୍ଡ ସତ୍ୟ ସନାତନ ସଂଘ ସଭାପତି ସତ୍ୟନାରାୟଣ ମାହାନା ଯୋଗ ଦେଇଥିଲେ l ମନ୍ଦିର ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିବା l ଅର୍ଥ କମିଟି ମୁଖ୍ୟ ଦୁର୍ଯୋଧନ ବିଶି, ସଦସ୍ୟ ଜଗଦିଶ ମେହେର, କ୍ଷେତ୍ରବାସୀ ମେହେର, ଭଣ୍ଡାର ରକ୍ଷକ ବିପିନ ସାହୁ, ପଞ୍ଚାନନ ମହାକୁଡ଼, ନିର୍ଗୁଣ ମହାକୁଡ, ବିର ପ୍ରଧାନ,କଂହେଇ ପ୍ରଧାନ, ରୋଷେଇ ଓ ପ୍ରାସାଦ ପରିବେଷଣ ଦେବରାଜ ଦନ୍ତା, ଗଣେଶ ପ୍ରଧାନ, ହରି ଜେନା, କାର୍ତ୍ତିକ ଗୁରାଣ୍ଢି, ହିମାଂଶୁ ଗିରି, କେଶବ ଦେହୁରୀ, ପ୍ରତାପ ପାତ୍ର,ଅକ୍ଷୟ କଲତା, ନରେନ୍ଦ୍ର ପ୍ରଧାନ, ଜମ୍ବେଶ୍ଵର ମହାକୁଡ, ରବି ମହାକୁଡ, ତରଣୀ ପାତ୍ର, ଦେବାର ନାଏକ, ଯଜ୍ଞ ମଣ୍ଡପ ବେଣୁଧର ପଲିଆ, ଜୟଶ୍ଵର ପାତ୍ର, ଅବନୀ ମହାକୁଡ, ଲକ୍ଷ୍ମଣ କ୍ଷେତି, ଗଣ୍ଡାଧର ଶାଣ୍ଡ, ବ୍ରହ୍ମ ଯଜ୍ଞ ପୀଠର ବିଦ୍ୟାଧର ମେହେର, କିରଟି ଦନ୍ତା, ଖଗେଶ୍ବର ମେହେର, ନାମ ମଣ୍ଡପ ଲକ୍ଷ୍ମଣ ଖେତି, ଧନେଶ୍ଵର ବାରିକ, ବତ୍ସ ପ୍ରଧାନ, ବୈକୁଣ୍ଠ ମହାକୁଡ, ଲବ କୁମର ଦାସ, ତଦାରଖ କମିଟି କୃତ୍ତି ବାସ ପଲିଆ, ସୁରେନ୍ଦ୍ର କର୍ଣ୍ଣ, ଅରୁଣ କୁମାର ମେଣ୍ତିଲି, କଳସ ଶୋଭାଯାତ୍ରା କମିଟି ଋତୁରାଜ ମେଣ୍ଡିଲି, ବିଦ୍ୟାଧର ମେହେର, ନର ପ୍ରଧାନ, ବିପିନ ସାହୁ, ମୁରଲୀ ଜେନା ଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା l ଆସନ୍ତା 22 ତାରିଖ ଠାରୁ 26 ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ l କଳସ ଶୋଭାଯାତ୍ରା, ଅଷ୍ଟପ୍ରହରୀ ନାମ ଯଜ୍ଞ, ବ୍ରହ୍ମ ଯଜ୍ଞ, ଅନ୍ନ ଯଜ୍ଞ, ସାଧୁ ସନ୍ଥ ସେବା,ସାଂସ୍କୃତିକ କାର୍ଯ୍ୟକ୍ରମ,ସାଧାରଣ ସଭା, ମନ୍ଦିର ପ୍ରତିଷ୍ଟା, ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ l

Related posts

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

Sunil Chandra Nayak

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

masiha

ଅମର୍ଦ୍ଦା ରୋଡ ରଘୁନାଥ ମହାନ୍ତି ବାସ ଭବନରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!