ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼ ରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼ ୧/୯ ( ମନି ସ ) ଜୁନାଗଡ଼ ସ୍ଥିତ ମା ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ତାଳୁକ ଲିଗ।ଲ ସର୍ଭିସ କମିଟି ଜୁନାଗଡ଼ ଆନୁକୂଲ୍ୟରେ ଏକ ଷ୍ଟୁଡେଣ୍ଟ ଲିଗ।ଲ ଲିଟେରାସି କ୍ଳବ ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ଉପସ୍ଥିତି ଥିଲେ ।ଏହି ଦୁଇ ଶ୍ରେଣୀର ଛାତ୍ରୀ ମାନଙ୍କୁ ନେଇ ଏକ ଷ୍ଟୁଡେଣ୍ଟ ଲିଗାଲ ଲିଟେରାସି କ୍ଲବ ଗଠନ କରି ତା ମାଧ୍ୟମରେ ଛାତ୍ରୀ ମାନଙ୍କୁ ଆଇନ ଗତ ସଚେତନତା କରିବା ତଥା ସମାଜର ସବୁ ଗରିବ ଓ ଦଳିତ ଲୋକଙ୍କ ପାଖରେ ଆଇନ ସହାୟତା ପହଞ୍ଚାଇବା ପାଇଁ ଆଇନ ସଚେତନତା ସୃଷ୍ଟି କରିବା । ଉକ୍ତ ସଭାରେ ଚେୟାରମ୍ୟାନ ଲିଗାଲ ସର୍ଭିସ କମିଟି ତଥା ଜୁନାଗଡ଼ ସିଭିଲ ଜଜ ଦିପେନ୍ଦ୍ର ସିଂ ରାଠୋର ସଭାପତିତ୍ୱ କରିଥିଲେ ।ଏଥିରେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ ।ଏଥିରେ ସରକାରୀ ଓକିଲ ଦିଗାମ୍ବର ନ।ଏକ , ଅଶୋକ ନ।ଏକ ,ପୋଲିସ ଏ ସ ଆଇ ସୋନୁ ଖ।ଲକୋ , ଏ ବିଇଓ ,ଛାତ୍ର ଛାତ୍ରୀ ,ସ୍କୁଲର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସଭାରେ ସଭାପତି ଦାୟିତ୍ୱ ତୁଲାଇଥିବା ସିଭିଲ ଜଜ। ଛାତ୍ରୀ ମାନଙ୍କୁ ଆଇନ ଉପରେ ସଚେତନ କରିଥିଲେ ଏବଂ ଲିଗାଲ ଲିଟେରେସି କ୍ଲବ ଗଠନ କରି ସମାଜରେ ଆଇନ ସଚେତନ କରିବା ପାଇଁ ଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ । ବରିଷ୍ଠ ଆଇନଜୀବୀ ଛାତ୍ରୀ ମାନଙ୍କୁ କୌଣସି ପ୍ରକାର ଅନ୍ୟାୟ ଅତ୍ୟାଚାରକୁ ନ ସହି ତୁରନ୍ତ ଆଇନ ର ଆଶ୍ରୟ ନେଇ ପୋଲିସ ନିକଟରେ ନିର୍ଭୟରେ ଅଭିଯୋଗ କରିବା ପାଇଁ କହିଥିଲେ ।ଶେଷରେ ସ୍କୁଲର ଜୋଷ୍ଣା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଚାରି ଛକ ନିକଟରେ ବାଇକକୁ ଘୋଷାଡି ନେଲା ଟ୍ରକ୍, ଜଣେ ଗୁରୁତର

Sunil Chandra Nayak

ମୁସ୍କୁଟି ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ  ବ୍ୟାଙ୍କ୍ ସେବା

masiha

ଟେମରା ଗ୍ରାମରେ ଲଡୁକରିଆ ମାଝୀ ପରିବାର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!