ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରୁଗୁଡା ସ୍କୁଲରେ ବୃକ୍ଷରୋପଣ ର ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଠିତ

କୁରୁଗୁଡା ସ୍କୁଲରେ ବୃକ୍ଷରୋପଣ ର ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ ୧/୯ ( ମ ନିସ ) ଜୁନାଗଡ଼ ସ୍ଥିତ କୁରୁଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ ସହ ଉଦଯାପନି ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜୁନାଗଡ଼ ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଶୀଲ କୁମାର ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଦିବସରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଗଛ ର ଉପକ।ରିତ। ସମ୍ୱନ୍ଧରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ରାଧେଶ୍ୟାମ ପଣ୍ଡା ,ସମ୍ମାନିତ ଅତିଥି ଭାବେ କବି ତଥା ସମାଜସେବୀ ଉଦ୍ଧବ ଚରଣ ସାହୁ , ସମ୍ବାଦ ସାହିତ୍ୟ ଘରର ଉପ ସଭାପତି ନିରଞ୍ଜନ ସାହାଣୀ ,ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ ,କ୍ଷମା ଶିଳା ଛ ତ୍ରିଆ ,ଶିକ୍ଷକ ବିଜୟ କୁମାର ନ।ଏକ ,ସନ୍ତୋଷ କୁମାର ମେହେର ପ୍ରମୁଖ ଯୋଗ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗଛ ଉପରେ କବି ଉଦ୍ଧବ ଚରଣ ସାହୁ ,ସନ୍ତୋଷ ମେହେର ଏବଂ ସୁଶୀଲ ନାଗ ଓ ନିରଞ୍ଜନ ସାହାଣୀ କବିତା ପାଠ କରିଥିବା ବେଳେ କ୍ଷମା ଶିଳା ଛ ତ୍ରିଆ ଏକ ସୁନ୍ଦର ଗୀତ ଗାଇ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ଥିଲେ । କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସଡ଼କ ବିଜୁଳିରୁ ବଞ୍ଚୁତ ନିୟମଗିରିର ଡଙ୍ଗରିଆ

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା 

masiha

ବିଶ୍ବ ଶ୍ରମିକ ଦିବସରେ ଜନମଙ୍ଗଳର ନିଆରା ପ୍ରୟାସ: ଶ୍ରମିକ ପରିବାର ମୁହଁରେ ଫୁଟାଇଲେ ହସ

Leave a Comment

error: Content is protected !!