ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

ଆଜି ୧୦ ଘଣ୍ଟାରେ ପଞ୍ଚାୟତ ରୁ ଚାଉଳ ନ ପାଇ ଫେରିଲେ ହୀତାଧିକାରୀ।

ନବରଙ୍ଗପୁର:(ତା ୧|/୦୯)(ରବି ନାରାୟଣ ମହାନ୍ତି)-ହିତାଧିକାରୀଙ୍କୁ ପ୍ରତିମାସରେ ମୁଣ୍ଡପିଛା ପାଞ୍ଚ କିଲୋ ଚାଉଳ ଯୋଗେଇ ଦେବା ପାଇଁ ସରକାର ଖାଦ୍ୟ ସୁରକ୍ଷା ଯୋଜନା କରିଛନ୍ତି |ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ମାସ ମାସ ଧରି ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ରହୁଛନ୍ତି |ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଇଚ୍ଛାପୁର ପଞ୍ଚାୟତରେ |ପଞ୍ଚାୟତର ସରପଞ୍ଚ ଜଗଦୀଶ ମାଝୀଙ୍କ କହିବା ପ୍ରକାରେ ତାଙ୍କ ପଞ୍ଚାୟତର ଇଚ୍ଛାପୁର, ଢ଼େପଗୁଡା, କାଦମଳି, କର୍ଲାପଡା, ସିନ୍ଧିପଡା ଓ ଆଦିବାସୀ ପଡାର ପାଖାପାଖି ଶତାଧିକ ହିତାଧିକାରୀ ୩ମାସ ରୁ ୬ମାସର ଚାଉଳ ପାଇବାରୁ ବଞ୍ଚିତ ରହିଛନ୍ତି |ପଞ୍ଚାୟତ ସମିତି ବୈଠକରେ ମଧ୍ୟ ସରପଞ୍ଚ ୩ମାସର ଚାଉଳ ମିଳିନଥିବା ଅଭିଯୋଗ ଉଠେଇଥିଲେ l ମଞ୍ଚାସିନ ଅଧିକାରୀମାନେ ଅତିଶୀଘ୍ର ଚାଉଳ ପ୍ରଦାନ କରାଯିବା ନେଇ ପ୍ରତିଶୃତି ପ୍ରଦାନ କରିଥିଲେ |ହେଲେ ଦୀର୍ଘଦିନ ପରେ ମଧ୍ୟ ହିତାଧିକାରୀଙ୍କୁ ଚାଉଳ ନ ବଣ୍ଟାଯିବାରୁ ଗତ କାଲି ସରପଞ୍ଚ ବାଧ୍ୟହୋଇ ହିତାଧିକାରୀ ମାନଙ୍କୁ ସାଙ୍ଗରେ ଧରି ବ୍ଲକ କାର୍ଯାଳୟରେ ପହଂଚି ବ୍ଲକ ପିଣ୍ଡାରେ କାର୍ଡ ଧରି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା l ପରେ ଅପରାହ୍ନ ସୁଦ୍ଧା ଚାଉଳ ମିଳିବ ବୋଲି ବିଡିଓ ଓ ଯୋଗାଣ ଅଧିକାରୀ କହିଥିବା ବେଳେ ମାତ୍ର ୧୮ ବସ୍ତା ପହଂଚି ଥିଲା,ଆଜି ୧୦ ଘଣ୍ଟାରେ ଏତିକି ଚାଉଳ କାହାକୁ ବଣ୍ଟାଯିବ ବୋଲି ବଣ୍ଟା ନ ଯାଇ ସ୍ଥଗିତ ରହିଛି l ଚାଉଳ କେହି ପାଇ ନାହାଁନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ

Sunil Chandra Nayak

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!