ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

ରାଉରକେଲା: ଏନ୍.ଆଇ.ଟି. ପରିସରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲା ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ଯରେ ‘ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ’ ଶୀର୍ଷକ ଆଲୋଚନାଚକ୍ର ସହ ବ୍ଯାସଦେବ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ଆବାହକତ୍ବ, ଶିକ୍ଷୟିତ୍ରୀ ନିରୁପମା ଦାଶ ପତିଙ୍କର ସଂଯୋଜନାରେ ଏବଂ ମାଧବ ନଗର ଶାଖାର ସଭାପତି ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଗୀତି କବି ତାରିଣୀ ଚରଣ ସାହୁ ମୁଖ୍ଯ ଅତିଥି, ଅଜୟ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର-ଛାତ୍ରୀଙ୍କୁ ସୁନ୍ଦର ବକ୍ତବ୍ଯ ମାଧ୍ୟମରେ ଗୁରୁ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଘାଟକ ଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ । ବିଦ୍ୟାଳୟର ଶିକ୍ଷକ ଅଜୟ ରାଉତ, ଛବିରାଣୀ ପ୍ରଧାନ, ପ୍ରମିଳା ଡୁଙ୍ଗଡୁଙ୍ଗ, ମିନତୀ ଖମାରୀ, ପୂଜା ସ୍ବାଇଁ, ହରିହର କାମିଲା, ସୁଜାତା ମିଶ୍ର, ସୁଶାନ୍ତ ରାୟ, ସୁରେଖା ନାୟକ, ବନିତା ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଛାତ୍ରୀ ଶ୍ରେୟସୀ ସାହୁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁରୁବନ୍ଦନା ଛାତ୍ରୀଙ୍କ ଦ୍ବାରା ଗାନ କରାଯାଇଥିଲା। ପରିଶେଷରେ ବ୍ଯାସ ଦେବଙ୍କ ମହତ୍ବ ଏବଂ ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେଵା ନିମନ୍ତେ ଛାତ୍ର-ଛାତ୍ରୀଙ୍କୁ ଅତିଥିମାନେ ପ୍ରେରଣା ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ପତି ସଭା ପରିଚାଳନା , ପ୍ରାକ କଥନ ରଖିଥିଲା ବେଳେ ଶିକ୍ଷକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏବଂ ମାଧବ ନଗର ଶାଖାର ସଦସ୍ଯମାନେ ତଥା ଶତାଧିକ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ 

Sunil Chandra Nayak

ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ 

masiha

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦଯାପନୀ ଦିବସ

Sunil Chandra Nayak

Leave a Comment

error: Content is protected !!